ପତ୍ର ତୋଳିବାକୁ ଯାଇଥିଲେ , ଭାଲୁ ନେଇଗଲା ଜୀବନ
ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତର ଟଙ୍ଗମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଟଙ୍ଗମ ଗ୍ରାମର ବଦୁଲୀ ମଳିକ(୪୦) ଗୁରୁତର ହେଲେ ସ୍ବାମୀ ବାଞ୍ଛା ମଳିକ(୫୦) ଓ ଝିଅ ସୁନେଲି(୨୦)।
ସୂଚନାନୁସାରେ ତୁମୁଡିବନ୍ଧ ରେଞ୍ଜ ଜାର୍ଗୀସରୁ ଜଙ୍ଗଲକୁ ଅପରାହ୍ନରେ ଟଙ୍ଗମ ଗାଁର ସମ୍ପୃକ୍ତ ପରିବାର ପତ୍ର ଗୋଟାଇବାକୁ ଯାଇଥିଲେ। ସେଠାରେ ଏକ ଭାଲୁ ପ୍ରଥମେ ବଦୁଲୀଙ୍କୁୁ ଆକ୍ରମଣ କରିଥିଲା। ଝିଅ ଏହା ଦେଖି ସେଠାରୁ ଆସି ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ଅନ୍ୟମାନେ ସେଠାରେ ପହଞ୍ଚିଲା ବେଳକୁ ବଦୁଲୀଙ୍କ ମୃତ୍ୟୁ ହୋଇଥିଲା। ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Comments are closed.