ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ଓ ପରିସରକୁ ସଟଡାଉନ ଘୋଷଣା କଲେ ତହସିଲଦାର

ନୂଆଗାଁ, ପୁଷ୍ପଲତା ପ୍ରଧାନ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ସୁଦ୍ଧା ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୦ ଅତିକ୍ରମ କରିଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କିଛି ଦିନ ହେବ ସାମାନ୍ୟ ଜ୍ଵର ସହ ଛାତିରେ ଯନ୍ତ୍ରଣା ହେବାରୁ ବିଡ଼ିଓ ଶ୍ରୀ ଦଳ ବେହେରା କରୋନା ଟେଷ୍ଟ କରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା । ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣା ପଡ଼ିଛି । ବିଡ଼ିଓ ଶ୍ରୀ ଦଳ ବେହେରାଙ୍କ ସଂସ୍ପର୍ଶରେ ବ୍ଲକ୍ କର୍ମଚାରୀ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣ ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁଁ ୨୯ ତାରିଖ ଶନିବାର ରାତ୍ର ୧୦ ଘଟିକା ଠାରୁ ସେପ୍ଟେମ୍ବର ମାସ ୧ ତାରିଖ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ବ୍ଲକ୍ କାର୍ଯ୍ୟାଳୟ ଓ ପରିସରକୁ ନୂଆଗାଁ ବ୍ଲକ୍ ତହସିଲଦାର ଶରତ କୁମାର ମଲ୍ଲିକ ସଟଡାଉନ୍ ଘୋଷଣା କରିଛନ୍ତି । ଏଥି ସହିତ କରୋନା ସମ୍ପର୍କିତ ସମସ୍ତ ନୀତି ନିୟମ ପାଳନ କରିବା, ମାସ୍କ ବ୍ୟବହାର କରିବା ପାଇଁ ତହସିଲଦାର ଶରତ କୁମାର ମଲ୍ଲିକ ନୂଆଗାଁ ବ୍ଲକର ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Comments are closed.