ସମସ୍ତ ପରୀକ୍ଷାକୁ ସ୍ଥଗିତ କରିବାକୁ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବି
ବରଗଡ, ରାଜନ ଦେବତା : ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱ ରେ ଆଗାମୀ ଦିନରେ ହେବାକୁ ଥିବା JEE/NIIT ଏବଂ ସମସ୍ତ ପରୀକ୍ଷାକୁ, କୋଭିଡ ମହାମାରୀ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ସ୍ଥଗିତ କରିବା ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପେକ୍ଷିରେ ଶ୍ରୀ ସାହୁ କହିଛନ୍ତି ଯେ ମୋଦି ସରକାର କରୋନା ମହାମାରୀ ସମୟରେ ପରୀକ୍ଷା କରାଇବା ନିଷ୍ପତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲିବା ଭଳିଆ ପ୍ରୟାସ କରୁଛନ୍ତି । ଏହି ବିକ୍ଷୋଭ କାଯ୍ୟକ୍ରମରେ ବରଗଡ ଜିଲ୍ଲା ଯୁବ କଂଗ୍ରେସର ସବୁ ସଭ୍ୟମାନେ ଏଭଳି ନିଷ୍ପତ୍ତିର ତୀବ୍ର ବିରୋଧ କରିବା ସହିତ ସମସ୍ତ ପରୀକ୍ଷାକୁ ତୁରନ୍ତ ସ୍ଥଗିତ କରାଯାଉ ବୋଲି ଦାବି କରିଛନ୍ତି । ଏଥିରେ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଚେୟାରମେନ ଅଭିଳାଷ ପତି, ଯୁବ ଆଇ.ଏନ.ଟିୟୁସି ଜିଲ୍ଲା ସଭାପତି ଆଶିଷ ବେହେରା, ପପୁ କୁମ୍ଭାର, ଅମିତ ନାୟକ, ଅଭିଷେକ ନାୟକ ,ସୁବ୍ରତ ନାୟକ, ଗୋବିନ୍ଦ ମେହେର, ଆଜାଦ ପତି, ପିକୁନ ନାୟକ, ବିମଲ ସିକା, ସୁବୋଧ ସ୍ୱାଇ, ରିଙ୍କୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.