NDA ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ଋାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପାର୍ଥିଙ୍କୁ ସମର୍ଥନ ନେଇ ମୁହଁ ଖୋଲିଛି ବିଜେଡି । ବିଜେଡି ଓ ଜେଡିୟୁର ମୂଳ ଆଦର୍ଶ ପ୍ରାୟତଃ ସମାନ ଓ ଜୟପ୍ରକାଶ ଆନ୍ଦୋଳନ ସମୟରୁ ଏହି ଆଦର୍ଶ ରହିଆସିଥିବାରୁ ହରିବଂଶ ସିଂହଙ୍କୁ ଦଳ ସମର୍ଥନ କରିବ ବୋଲି ସେ କହିଛନ୍ତି । ବିକେ ହରିପ୍ରସାଦ ଓଡିଶା କଂଗ୍ରେସ ପ୍ରଭାରୀ ଦାୟୀତ୍ୱରେ ଥିବା ବେଳେ ବହୁ ସମୟ ଧରି ବିଜେଡି ଓ ରାଜ୍ୟ ସରକାରକୁ ନିନ୍ଦା କରୁଛନ୍ତି ବୋଲି ବିଜେଡି କହିଛି । ଏହାସହ ସହମତି ଭିତ୍ତି ଉପାଧ୍ୟକ୍ଷ ନିର୍ବାଚିତ ହୁଅନ୍ତୁ ବୋଲି ବିଜେଡି ଚାହୁଁଛି । ଗତକାଲି ମୁଖ୍ୟମନ୍ତ୍ରୀ ମୁମ୍ବାଇରୁ ଫେରିବାପରେ ଏହା ସ୍ପଷ୍ଟ କରିଛନ୍ତି । ସେପଟେ ବିଜେଡିର ସମର୍ଥନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ CBI ଯାଞ୍ଚ ଭୟରେ ବିଜେଡି NDAକୁ ସମର୍ଥନ କରୁଛି । ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଓ ଏଥିରେ NDA ପକ୍ଷରୁ ହରିବଂଶ ସିଂ ଓ UPA ରୁ ବିକେ ହରିପ୍ରସାଦଙ୍କ ମଧ୍ୟରେ ଟକ୍କର ହେବ । ଦେଖାଯାଉ ଉପାଧ୍ୟକ୍ଷ ପଦ କାହା ସପକ୍ଷରେ ଯାଉଛି ।

 

Comments are closed.