ପୋଲିସ ଏନ୍କାଉଣ୍ଟର୍ରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ
ଗଞ୍ଜାମ ଜିଲ୍ଲା ନିକଟସ୍ଥ ଆସିକା ଚାରିମାଇଲ୍ ଛକରେ ଆଜି ପୋଲିସ ଏନ୍କାଉଣ୍ଟର୍ରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଛି । କାଳୁ ବିଶ୍ୱାଳ ନାମକ ଏହି ଅପରାଧିଙ୍କ ନାମରେ ୧୦ରୁ ଅଧିକ ଅଭିଯୋଗ ରହିଛି । ସୁଚନା ଅନୁସାରେ, ଗତକାଲି ରାତିରେ କାଳୁ ଏକ ନମ୍ବର ବିହୀନ ବାଇକ୍ରେ ବଳିଆପଲ୍ଲୀ ଗାଁରୁ ବାଲିପଦ ଯାଉଥିଲେ । ସେହି ସମୟରେ ପୋଲିସ କାଳୁକୁ ଫଲୋ କରି ୪ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ଡାହାଣ ଗୋଡରେ ଗୁଳି ବାଜିବାରୁ ଆହତ କାଳୁଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହା ସହିତ କାଳୁଠାରୁ ଏକ ମାଉଜର୍, ୩ଟି ଗୁଳି ଓ ଏକ ନମ୍ବର ବିହୀନ ବାଇକ୍ ଜବତ ହୋଇଛି ।
Comments are closed.