ପୁଣି ଆତତାୟୀ ହେଲେ ମାଓବାଦୀ

ମାଲକାନଗିରି ଜିଲ୍ଲାର ସୀମାରେ ପୁଣି ମାତିଲେ ମାଓବାଦୀ । ଛତିଶଗଡ଼ର ଦାନ୍ତେଓ୍ୱାଡ଼ାର କମାଲୁର ଷ୍ଟେସନ୍ ନିକଟରେ ରେଳ ଟ୍ରାକକୁ ତାଡି ଦେଇଛନ୍ତି ମାଓବାଦୀ, ଫଳରେ କମାଲୁରରୁ ଦାନ୍ତେଓ୍ୱାଡ଼ାକୁ ଯାଉଥିବା ଏକ ପାସେଞ୍ଜର ଟ୍ରେନ୍ ଅଳ୍ପକେ ବର୍ତି ଯାଇଛି ।
କେବଳ ଏତିକି ନୁହେଁ, ଗତକାଲି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପପୁଲୁରୁ ପଞ୍ଚାୟତର କମଳାପଦର ଗାଁର ନାରାୟଣ ପୋଲାସ ନାମକ ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି । ଏହା ସହିତ ମାଓବାଦୀମାନେ ଛତିଶଗଡ଼ର ଦାନ୍ତେଓ୍ୱାଡ଼ା ଜିଲ୍ଲା ବାଚେଲିରେ ୨ଟି ବସ୍ ଓ ଗୋଟିଏ ଟ୍ରକ୍ରୁ ଯାତ୍ରୀ ଓ କର୍ମଚାରୀଙ୍କୁ ଓହ୍ଲାଇ ନିଆଁ ଲଗାଇଦେଇଛନ୍ତି । ମାଓବାଦୀଙ୍କ ଏପରି ହିଂସାକାଣ୍ଡ ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମନରେ କୋକୁୟା ଭୟ ସୃଷ୍ଟି ହୋଇଛି । ଏହା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Comments are closed.