ଓଜୋନ୍‌ ସ୍ତର କମିଲେ ବୁଡ଼ିଯିବ ଜୀବସତ୍ତା

ଆଜି ହେଉଛି ବିଶ୍ୱ ଓଜୋନ ଦିବସ । ତେବେ ଏହି ଦିବସ ଟିର ରହିଛି ସ୍ୱତନ୍ତ୍ର ମାନ୍ୟତା । ୧୯୯୪ ମସିହା ଡ଼ିସେମ୍ବର ୧୯ରେ ଜାତିସଂଘ ପ୍ରଥମଥର ‘ବିଶ୍ୱ ଓଜୋନ୍‌ ଦିବସ’ ପାଳନ କରିବାକୁ ଘୋଷଣା କଲା । ଏହି ଘୋଷଣା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ତାରିଖକୁ ବିଶ୍ୱ ଓଜୋନ ଦିବସ ଭାବେ ପାଳତ ହୋଇଆସୁଛି ।

ଓଜୋନ୍‌ ସ୍ତରରେ ଗୁରୁତ୍ୱ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ପୃଥିବୀପୃଷ୍ଠରେ ଓଜୋନ୍‌ ସ୍ତର ବିନା ଜୀବସତ୍ତା ଅସମ୍ଭବ । ଓଜନସ୍ତର କ୍ଷୟ ହେବାରେ ମଧ୍ୟ ଲାଗିଛି । ଓଜୋନସ୍ତର କ୍ଷୟ ହେଲେ ଭୂପୃଷ୍ଠ ନଷ୍ଟ ହେବା ସହ ଜୀବ ଜଗତ ତିଷ୍ଠିବା କାଠିକାର ପାଠ ସାବ୍ୟସ୍ତ ହେବ । ଏହା ପଛରେ ମୁଖ୍ୟ କାରଣ ହେଉଛି ଶିଳ୍ପାୟନ ଓ ଆଧୁନିକୀକରଣ । ପିଢ଼ିପରେ ପିଢ଼ି ବଦଳିଯାଉଛି । ସେତିକି ଶିଘ୍ର ଆମେ ନୂତନ ଟେକ୍ନୋଲୋଜି ଓ ଚଳଣିକୁ ମଧ୍ୟ ଗ୍ରହଣ କରୁଛନ୍ତି ।

ବଡ଼ ବଡ଼ ଶିଳ୍ପସଂସ୍ଥା ମାନ ବଢ଼ିବାରେ ଲାଗିଛି ସେହିପରି ନୂତନ ଯାନବାହନ ଚଳାଚଳ ମଧ୍ୟ ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି । ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ କାରଣରୁ ଓଜନସ୍ତର କ୍ଷୟ ହେଉଛି । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି କାରଣରୁ ଚର୍ମ ରୋଗ ହେବା ଆଶଙ୍କା ସବୁଠୁ ଅଧିକ । ଆମ ସମସ୍ତଙ୍କୁ ସେହି ରଶ୍ମି କୁପ୍ରଭାବରୁ ଓଜୋନ୍‌ ସ୍ତର ରକ୍ଷା କରୁଛି ।

Comments are closed.