ଓଡ଼ିଶାବାସୀ ଦେଖିଲେ ସୂର୍ଯ୍ୟକିରଣ ସୋର ଜଲୱା

ଓଡ଼ିଶାବାସୀ ଦେଖିଲେ ସୂର୍ଯ୍ୟକିରଣ ସୋର ଜଲୱା
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଲା ସୂର୍ଯ୍ୟକିରଣ ସୋ । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ୟ୍ୟକିରଣ’ ଟିମ୍‌ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ।

ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍‌ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡା କୌଶଳ ଦେଖାଇଲେ ବାୟୁ ବୀର । ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍‌ ଟିମ୍‌ । ଏକାସାଙ୍ଗରେ ଆକାଶରେ ଉଡିଥିଲା ୯ଟି ହକ୍‌ ଲଢୁଆ ବିମାନ । ରାଜଧାନୀ ଆକାଶରେ ଶୁଭୁଥିଲା ଲଢ଼ୁଆ ବିମାନର ଗର୍ଜନ ।

ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡିଆରେ ଉପସ୍ଥିତ ଥିଲେ । ତେବେ ଏହି କାର୍ୟ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ୟ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି ନ ଥିବା ଜଣାଯାଇଛି ।

Comments are closed.