ଆଲିଆଙ୍କ ବେବି ସାୱାରରେ ଯୋଗ ଦେବେ ରଣବୀରଙ୍କ ଏକ୍ସ-ଗାଲଫ୍ରେଣ୍ଡ
କପୁର ଖାନଦାନର ବୋହୂ ଆଲିଆ ଭଟ୍ଟଙ୍କ ବେବି ସାୱାର୍ ଖୁବ୍ ଧୁମଧାମରେ ଆୟୋଜନ କରିବେ ବୋଲି ଶୁଣାଯାଉଛି । କପୁର ଓ ଭଟ୍ଟ ପରିବାର ଏବେ ବହୁତ ଖୁସି ଅଛନ୍ତି । ଆଲିଆ-ରଣବୀର ଅଭିନୀତ ‘ବ୍ରହ୍ମାସ୍ତ୍ର’ ସୁପରହିଟ ହେବା ହେଉଛି ମୁଖ୍ୟ କାରଣ । ସମସ୍ତେ ଖୁସି ଥିବା ଅବସରରେ ଆଲିଆଙ୍କ ମା’ ଓ ଶାଶୂ ବେବି ସାୱାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
କପୁର ହାଉସରେ ଏହି ଉତ୍ସବ ଆୟୋଜିତ ହେବ । ଅତିଥି ତାଲିକା ପ୍ରସ୍ତୁତି ଚାଲିଛି । ବିବାହରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା, ସେଥିପାଇଁ ବେବି ସାୱାରରେ ସବୁ ଦୂର ସମ୍ପର୍କୀୟ ଆସିବେ । ଗୋପନ ଖବର ଅନୁସାରେ, ରଣବୀରଙ୍କ ଦୁଇ ପୂର୍ବ ପ୍ରେମିକା ଦୀପିକା ପାଦୁକୋନ୍, କ୍ୟାଟ୍ରିନା କେଫଙ୍କୁ ମଧ୍ୟ ନିମନ୍ତ୍ରଣ ଯିବ । ଅବଶ୍ୟ ସେମାନେ ଆସିବେ କି ନାହିଁ, ସେ ବିଷୟରେ କେହି ଜାଣନ୍ତି ନାହିଁ ।
Comments are closed.