ଦୁଇ ବାଇକ ମୁହାଁ ମୁହିଁ ଧକ୍କା ,୨ ଗୁରୁତର

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୁର୍ତ୍ତ ବିଭାଗ ରାସ୍ତାର କଣ୍ଟାପାଳ ୧ ନଂ କଲୋନୀ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗ୍ରାମର ଚତୁର୍ଭୁଜ ମହାରଣା ଓ କଙ୍କଡ଼ାହାଡ଼ ହାଟ ସାହିର ବିରଞ୍ଚି ପାତ୍ର । ଉଭୟ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ କାର ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବିରଞ୍ଚିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.