ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ, ସରକାରୀ ସହାୟତା ଦାବି
କଟକ : ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଦୁଇ ଛାତ୍ରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଦେବଭୂମି ପଞ୍ଚାୟତର ଭୁସ୍କା ଗ୍ରାମରେ । ସୂଚନାନୁସାରେ ସେହି ଗାଁର ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ୯ ବର୍ଷର ଝିଅ ଶାରଧା ପ୍ରଧାନ ଓ ଶାଗର ପଞ୍ଚାୟତ ରଙ୍ଗଡାବ ଗ୍ରାମର ସୁଧିର ସାହୁଙ୍କ ୯ ବର୍ଷର ଝିଅ ପୂଜା ସାହୁ ମାମୁଘର ଭୁସ୍କା ଗ୍ରାମକୁ ଯାଇଥିବା ବେଳେ ଆଜି ସକାଳ ୯ ଟା ସମୟରେ ଗ୍ରାମ ନିକଟରେ ଥିବା ଶାଳୁଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗୋଡ ଖସିଯବାରୁ ଉଭୟ ପୋଖରୀରେ ବୁଡିଯାଇଥିଲେ। ପିଲାମାନଙ୍କୁ ପୋଖରୀରେ ବୁଡିଯାଉଥିବାର ଦେଖି ପୋଖରୀରେ ଗାଧୋଉଥିବା ମହିଳାମାନେ ପାଟି କରିବାରୁ ସ୍ଥାନୀୟ ଲୋକ ଦୁଇ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ନରସିଂହପୁର ଜିଲ୍ଲାପରିଷଦ ନିର୍ମଳ କୁମାର ଜେନାଙ୍କ ସହାୟତାରେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଦୁଇ ଛାତ୍ରୀଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ପରେ ଦୁଇ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଘଟଣା ସ୍ଥଳରେ ନରସିଂହପୁର ଥାନା ଅଧିକାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇଛନ୍ତି । ଉକ୍ତ ଦୁଇ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।
Comments are closed.