ବିବାହ ଦିନରେ ସୁନ୍ଦର ଓ ଆକର୍ଷିତ ହେବାର କିଛି ଟିପ୍ସ !

ସବୁ ଝିଅଙ୍କର ବିବାହ ଗୋଟେ ସ୍ୱପ୍ନ ଥାଏ, ଆଉ ସେଇ ଦିନ ସୁନ୍ଦର ଓ ଆକର୍ଷିତ ଦେଖାଯିବାକୁ ଚାହଁନ୍ତି ସମସ୍ତେ । ଯଦି ଆପଣ ବି ବିବାହରେ ସମସ୍ତଙ୍କ ଠାରୁ ଅଧିକ ସୁନ୍ଦର ଓ ଗ୍ଲୋ ଦେଖିବା ପାଇଁ ଚାହାନ୍ତି ତ ଆପଣାନ୍ତୁ ଏହାର କିଛି ଟିପ୍ସ……

ମତ୍ସରାଇଜର ବ୍ୟବହାର- ବିବାହ ପୂର୍ବରୁ ସବୁରାତିରେ ମତ୍ସରାଇଜ କ୍ରିମର ବ୍ୟବହାର ଦ୍ୱାରା ମୁହଁରେ ଆର୍ଦ୍ରତା ଆସିଥାଏ, ଯାହା ମୁହଁକୁ ନରମ ଓ ଚିକ୍କଣ ରଖିଥାଏ । ମତ୍ସରାଇଜର ପାଇଁ ଆଲମଣ୍ଡ ତେଲକୁ ବ୍ୟବହାର କରିବା ମଧ୍ୟ ବେଶ୍ ଉପକାରୀ ରୂପେ ସାବ୍ୟସ୍ତ ହୁଏ ।

ପ୍ରାକୃତିକ ସାବୁନ୍- ବାହାରେ ମିଳୁଥିବା ସାବୁନ୍ ପ୍ରାୟତଃ ତ୍ୱଜାକୁ ନଷ୍ଟ କରିଥାଏ । ସେଥିପାଇଁ ପ୍ରକୃତିକୁ ମିଶାଇ ଅର୍ଥାତ୍ କ୍ଷୀର, ମଲାଇ ଓ ଗହମ ଗୁଣ୍ଡରେ ପ୍ରସ୍ତୁତ ପେଷ୍ଟକୁ ଲଗାଇବା ଦ୍ୱାରା  ଏହା ଶରୀରର ଗୋରାପଣକୁ ବୃଦ୍ଧି କରିବା ସହ ଚିକ୍କଣ ରଖିଥାଏ ।

ସନସ୍କିନ୍ ବ୍ୟବହାର – ବିବାହ ସମୟରେ ବହୁତ ଜିନିଷ କିଣିବା ପାଇଁ ଆମେ ବାହାରକୁ ଯାଉ, ଯାହା ଦ୍ୱାରା ଖରାରେ ମୁହଁ କଳା ପଡିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ମୁହଁରେ ସନସ୍କିନ୍ ର ବ୍ୟବହାର କରିବା ନିହାତି ଦରକାର ।

ପିଇବା ଜଳ – ଶରୀର ପାଇଁ ଜଳ ଯେପରି ଆବଶ୍ୟକ ହୋଇଥାଏ ସେପରି ତ୍ୱଚା ପାଇଁ ବି ଦରକାରି । ଦୈନିକ ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ଗ୍ଲୋ ଆହୁରି ବଢିଥାଏ ।

ହସିବା – ବିବାହରେ ଉଦାସ ଓ କାନ୍ଦିବା ଦ୍ୱାରା ଫେସ୍ ଖରାପ ହେବା ସହ ଡାର୍କ ସରର୍କଲ ହୋଇଥାଏ । ସେଥିପାଇଁ ସଦା ସର୍ବଦା ହସିବା କଥା ।

Comments are closed.