ବାପା ନାମରେ କଳଙ୍ଗ, ୧୭ ବର୍ଷିୟା ଝିଅକୁ କରିଆସୁଥିଲା ବଳାତ୍କାର

ସଦା ସର୍ବଦା ପିତାଙ୍କୁ ଭଗବାନଙ୍କ ପରି ପୂଜା କରାଯାଇଥାଏ, ପରନ୍ତୁ ନିଜ ୧୭ ବର୍ଷିୟା ଝିଅକୁ ବଳାତ୍କାର କରି ଆସୁଥିବା ବ୍ୟକ୍ତି ପିତା ଶବ୍ଦକୁ କଳଙ୍ଗ କରିଛି । ଏପରି ଏକ ନିନ୍ଦନୀୟ ଘଟଣା ଜଣାପଡିଛିି ଦିଲ୍ଲୀ ସରକାରୀ ହସ୍ପିଟାଲରେ, ଯେଉଠିଁ କି ୧୭ ବର୍ଷିୟା ଏକ ଝିଅ ମୁଣ୍ଡ ବିନ୍ଧା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲା । ଚିକିତ୍ସା ପରେ ଜଣା ପଡିଲା କି, ବହୁତ ବର୍ଷ ହେବ ଝିଅର ପିତା ତାକୁ ଡରାଇ ଧମକାଇ ବଳାତ୍କାର କରି ଆସୁଥିଲା । ଫୋନରେ ଫଟୋ ଉଠାଇ ରଖିବା ସହିତ ମାଡ ମଧ୍ୟ ମାରୁ ଥିଲା । ଶିଖପୁରା ଅଞ୍ଚଳର ବାସ କରୁଥିବା ସମ୍ପୃକ୍ତ ପିତା ଜଣକ ଏକ କୃଷକ ଥିଲେ ।  ଡାକ୍ତର ସମସ୍ତ କଥା ଶୁଣି ପୋଲିସଙ୍କୁ ଖବର ଦେବା ସହିତ ଏ ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଫଳରେ ଶିଶୁ ସୁରକ୍ଷା ଓ ଯୌନଗତ ଅପରାଧ ଧାରା ଅନୁସାରେ ଅଭିଯୁକ୍ତ ପିତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

Comments are closed.