ଶରୀର ପାଇଁ ବେଲ ପତ୍ର କେତେ ଯେ ଦରକାର ଜାଣନ୍ତି କି ?

ହିନ୍ଦୁ ରୀତିରେ ବେଲ ଗଛକୁ ପୂଜା କରିବା ସହିତ ତାର ପତ୍ରକୁ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସହ ତୁଳନା କରାଯାଏ । ବୈଦିକ ଯୁଗରୁ ବେଲ ପତ୍ରକୁ ଶରୀରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିଆସୁଛନ୍ତି । ବର୍ତ୍ତମାନ ଯୁଗରେ ଦେଖାଯାଉଥିବା ରୋଗ ଯଥା- ଡାଇବେଟିସ୍, ଆସ୍ତ୍ମା, ଜଣ୍ଡିସ୍, ଆନାମେନିଆ ଭଳି ରୋଗରୁ ମୁକ୍ତି ଦେଉଥିବା ବେଳେ ଶରୀରକୁ ସୁସ୍ଥ ସବଳ ରଖିବାରେ ବେଶ ସାହାର୍ଯ୍ୟ କରିଥାଏ । ବେଲ ଗଛର ମୂଳରୁ ନେଇ ଡାଳ ପର୍ଯ୍ୟନ୍ତ, ସବୁଥିରେ ଭରି ରହିଛି ଔଷଧ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା
୧- ବେଲ ପତ୍ର ସଂପୂର୍ଣ୍ଣ ରୂପେ ଆୟୁର୍ବେଦୀ, ଯାହାକି ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ସହ ରକ୍ତ ଚାପକୁ ନିୟକ୍ତଣ ରଖିଥାଏ ।
୨- ଶରୀରରେ ଥିବା କୋଲେଷ୍ଟରକୁ ହ୍ରାସ କରିଥାଏ ବେଲ ପତ୍ର ।
୩- ନିଶ୍ୱାସ ପ୍ରଶ୍ୱାସରେ ବେଲ ପତ୍ର ବହୁତ ସାହାର୍ଯ୍ୟ କରିଥାଏ ।
୪- ହୃତଘାତ ରୋଗୀ ବେଲ ପତ୍ର ଖାଇବା ଦ୍ୱାରା ବେଶ୍ ଶାନ୍ତି ଅନୁଭବ କରନ୍ତି ।
୫- ଜ୍ୱର ହୋଇଥିଲେ ମଧ୍ୟ ବେଲ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଜ୍ୱରରୁ ମୁକ୍ତି ମିଳେ ।

Comments are closed.