ଏବେ ବିଦେଶରେ ସ୍ଥାପିତ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

ଭାରତରେ ଖୁବ ନାମ କମେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି ଲଣ୍ଡନର ମାଡାମ ତୁସାଡ ମ୍ୟୁଜିୟମରେ କରାଯିବ । ପ୍ରଥମଥର ପାଇଁ ରାମଦେବଙ୍କ ବୃକ୍ଷାସନ ମୁଦ୍ରାର ପ୍ରତିମୂର୍ତ୍ତିର୍କୁ ଏଠାରେ ସ୍ଥାନିତ କରାଯିବ । ବାବା ରାମଦେବଙ୍କ ଯୋଗ ଦ୍ୱାରା ସାରା ବିଶ୍ୱରେ ଲୋକଙ୍କ ହିତ ହେବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି । ତୁସାଡ ମ୍ୟୁଜିୟମରେ ପୂର୍ବରୁ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ବଲିଉଡ ତାରକାଙ୍କ ମଧ୍ୟ ପ୍ରତିମୂର୍ତ୍ତି ଏଠାରେ ସ୍ଥାନ ପାଇସାରିଛି ।

Comments are closed.