ଓଡ଼ିଶାର 3ଟି ପର୍ଯ୍ୟଟନ ସ୍ଥଳୀକୁ ଦିଆଯିବ ସି -ପ୍ଲେନର ସେବା
ଖୁବ ଶୀଘ୍ର ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ ସି-ପ୍ଲେନ ର ସେବା ପ୍ରଦାନ କରାଯିବ । ବିମାନସେବା ସ୍ପାଇସ ଜେଟ କ୍ଷରୁ ଓଡିଶାର ପୁରୀ, ଚାନ୍ଦିପୁର ଓ ହୀରାକୁଦ ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିବ ସି-ପ୍ଲେନ ସେବା । ଏନେଇ ରାଜ୍ୟ ସରକାରକୁ ସ୍ପାଇସ ଜେଟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହି ସଂସ୍ଥା ଉକ୍ତ ସ୍ଥାନଗୁଡିକରେ ଉଡିବା ସମ୍ଭବ ନେଇ ଏକ ଡିପିଆର ପ୍ରସ୍ତୁତ କରି ଏଥିରେ ଫିଜିବିଲିଟି ଷ୍ଟଡି, ୩ଟି ସ୍ଥାନର ପର୍ଯ୍ୟଟନ କ୍ଷମତା ଓ ଆଞ୍ଚଳିକ ଆବଶ୍ୟକତା ଦିଆଯିବ । ଅନ୍ୟପକ୍ଷରେ ସ୍ପାଇସ ଜେଟ ଦେଇଥିବା ପ୍ରସ୍ତାବକୁ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରଶାସନ ବିଭାଗ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖିଛି । ସି-ପ୍ଲେନ ଚଳାଇବା କେତେ ସପକ୍ଷରେ ହେବ ତାହା ବିମାନ ସଂସ୍ଥା ଓ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଉକ୍ତ ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା ଚିଲିକା, ହୀରାକୁଦ, ଭିତରକନିକାରେ ୱାଟର ଏରୋଡ୍ରମ ନିର୍ମାଣ କରାଯିବ ।
Comments are closed.