ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଅଟୋ ଓଲଟି ୯ ଜଣ ଛାତ୍ରୀ ଆହତ

ନବରଙ୍ଗପୁର, ସନ୍ତୋଷ ଷଡଙ୍ଗୀ : ପ୍ରତିଦିନ ଦୁର୍ଘଟଣାରେ ଧନ ଜୀବନ କ୍ଷତି ଘଟୁଛି କିନ୍ତୁ ଫେରୁନି ଚେତା । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଉପାନ୍ତ ଅଞ୍ଚଳ ତେଲନଦୀ ୟୁଜି ସ୍କୁଲର କୋଡିଏ କିଲୋମିଟର ଦୂର ଝରୀଗାଁ ନୋଡାଲ ହାଇସ୍କୁଲ ଠାରେ ଦଶମ ଶ୍ରେଣୀ ପରୀକ୍ଷା ଦେବାପାଇଁ ପ୍ରତିଦିନ ୨୩ ଜଣ ଛାତ୍ରଛାତ୍ରୀ ତିନୋଟି ଅଟୋ ରେ ଯିବା ଆସିବା କରୁଥିବା ବେଳେ ଗତକାଲି ପରୀକ୍ଷା ଦେଇ ଫେରୁଥିବା ସମୟରେ କର୍ମରୀ ନିକଟ ଜୁନାପାଣି ଠାରେ ଗୋଟିଏ ଅଟୋ ଓଲଟି ୯ ଜଣ ଛାତ୍ରୀ ଆହତ ହୋଇଛନ୍ତି l ଆହତଙ୍କୁ ତୁରନ୍ତ ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଚିକତ୍ସା କରାଯାଇଛି l ବର୍ତମାନ ସମସ୍ତଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି l ତେବେ ରାଜ୍ୟ ସରକାର ଅଟୋରେ ସ୍କୁଲ ପିଲାଙ୍କୁ ନେବା ଆଣିବା ପାଇଁ ସମ୍ପୂର୍ଣ ବ୍ୟାନ କରିଥିବା ବେଳେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଯାତାୟାତ ଲାଗି ବ୍ୟବହୃତ ଯାନବାହାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ନିୟମ ଜାରି କରିଛନ୍ତି l କିନ୍ତୁ ଏହାକୁ ଅଣଦେଖା କରି ପିଲାଙ୍କ ଜୀବନ ସହ ଖେଳ ଖେଳୁଥିବା ଦେଖାଯାଉଛି l ଏଭଳି ପ୍ରତିଦିନ ପରୀକ୍ଷା କେନ୍ଦ୍ର ମାନଙ୍କୁ ଅଟୋରେ ଛାତ୍ରଛାତ୍ରୀ ମାନଙ୍କୁ ବସ୍ତା ଲଦିବା ଭଳି ବୋହି ଅଣାଯାଉଥିବା ଦେଖିବାକୁ ମିଳୁଛି l ଅନ୍ୟ ପକ୍ଷରେ ସରକାର ପରିବହନ ନିୟମକୁ କଡାକଡି ଭାବେ ଲାଗୁ କରିଥିବା ସ୍ଥଳେ ଏହାକୁ କାହାରି ଖାତିର ନଥିବା ବେଳେ ଏଭଳି ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି l

Comments are closed.