କୋଇଲା ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ

ଜଗତସିଂହପୁରରୁ, ସୁବ୍ରତ ମଲ୍ଲିକ : କୋଇଲା ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ ଥାନା ସମ୍ମୁଖ ୫ ନମ୍ବର ଜାତୀୟ ରାଜପଥ ଉପରେ । ମୃତ ଯୁବକ ଜଣଙ୍କ ଏରସମା ଅଞ୍ଚଳର ଜଗୁ ମଲ୍ଲିକ ବୋଲି ଜଣ ପଡିଛି । ସୂଚନାନୁସାରେ ଜଗୁ ତାଙ୍କ ମାଉସୀ ଘରକୁ ଯାଉଥିବା ବେଳେ ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଗୁଙ୍କର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ କିଛି ସମୟ ପାଇଁ ଲୋକଙ୍କ ଉତେଜନା ଲାଗି ରହିଥିଲା। ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୋଇଲା ବୋଝେଇ ଟ୍ରକଟକୁ ଅଟକ ରଖି ଥିବା ବେଳେ ଅଧିକ ତଦନ୍ତ ଜାରିରଖିଛି ।

Comments are closed.