ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର- ଗତ କାଲି ଏମ୍ସ ହସ୍ପିଟାଲ ପରିସରରେ ଟିକେଟ କାଉଣ୍ଟର ନିକଟରେ ଏକ ଛାତର ସିଲିଂ ଖସି ପଡିଥିଲା । ଯାହାକୁ ନେଇ ସେଠାରେ ଥିବା ଲୋକମାନେ ଓ ରୋଗୀମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଥିଲା । ଏହି  ଖବର ପାଇବା ପରେ କନକ ନ୍ୟୁଜ୍ ଚ୍ୟାନେଲରୁ ଜଣେ ସାମ୍ବାଦିକ ପହଞ୍ଚିଥିଲେ । ହେଲେ ହସ୍ପିଟାଲରେ ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଭିତରକୁ ନଛାଡିବା ସହିତ ଆକ୍ରମଣ କରିଥିଲେ ଓ ତାଙ୍କ ଫୋନ୍ ମଧ୍ୟ ଛଡାଇ ନେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ବୁଝାସୁଝା କରିଥିଲେ । ଏହାଛଡା ଏମ୍ସ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ, କଣ ଲୁଚାଇବାକୁ ଚେଷ୍ଟା କରୁଥିଲେ ଏମ୍ସ କତୃପକ୍ଷ !!

Comments are closed.