ନିର୍ମାଣ କାର୍ଯ୍ୟରେ ଦୁର୍ନୀତି: ଭୁଶୁଡିଲା ଫ୍ଲାଏଓଭର

ଆଜି ସକାଳ ସମୟରେ ଉତ୍ତରପ୍ରଦେଶର ଏକ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାବେଳେ ଏବେବି କେତେଜଣ ଫ୍ଲାଏଓଭର ତଳେ ଫସି ହୋଇ ରହିଛନ୍ତି । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ସେଠାରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଜାତୀୟ ରାଜପଥ ୨୮ରେ ନିର୍ମାଣଧିନ ଏହି ଫ୍ଲାଏଓଭରଟିର ୬୦% କାମ ସମାପ୍ତ ହୋଇଥିବାବେଳେ ଆଉ କିଛି ଦିନ ପରେ ଏଥିରେ ଗାଡି ଚଳାଚଳ ଆରମ୍ଭ ହୋଇଥାନ୍ତା । ଯଦି ସେହି ସମୟରେ ଫ୍ଲାଏଓଭର ଭୁଶୁଡ଼ି ପଡିଥାନ୍ତା ତେବେ କେତେ ଧନଜୀବନ ନଷ୍ଟ ହୋଇଥାନ୍ତା, ତାହା କେବେ ଭାବିଛନ୍ତି ? କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରୁଥିବା ଫ୍ଲାଏଓଭର ଭୁଶୁଡିବା ପଛରେ ଏନ୍ଏଚ୍ଏଆଇର ଅବହେଳା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ଟିମ୍ ସେଠାରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଦେଇଛି ।

Comments are closed.