ବାରମ୍ବାର ବ୍ୟବହାର ହୋଇଥିବା ତେଲ ଆପଣ ବ୍ୟବହାର କରୁଛନ୍ତି କି

ସାଧାରଣ କଥା, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ତେଲକୁ ବାରମ୍ବାର ଗରମ କଲେ କେଉଁ ରାସାୟନିକ ପଦାର୍ଥ ଆସେ? ତେଲକୁ ଥରେ କିମ୍ବା ଦୁଇଥର ଗରମ କରିବା ଠିକ୍, କିନ୍ତୁ ରେଷ୍ଟୁରାଣ୍ଟ ଏବଂ ଢାବାରେ ତେଲ ସେ ପର୍ଯ୍ୟନ୍ତ ବ୍ୟବହାର କରାଯାଏ, ଯେଉଁ ପର୍ଯ୍ୟନ୍ତ ପୁରା ଶେଷ ନହୋଇଛି। ବାରମ୍ବାର ତେଲ ଗରମ୍ କରି ତାକୁ ବ୍ୟବହାର କଲେ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ।

ଯେତେବେଳେ ଆପଣ ତେଲକୁ ଅନେକ ଥର ଗରମ କରନ୍ତି, ଏହାର ଗୁଣ ବଦଳିଯାଏ ଏବଂ ଏହାର ପୋଷକ ତତ୍ତ୍ୱ ବିଷାକ୍ତ ହେବାକୁ ଲାଗେ। ଏହି ପ୍ରକାର ତେଲ ଖାଇବା ଦ୍ୱାରା ଜେନୋଟକ୍ସିକ୍, ମ୍ୟୁଟେଜେନିକ୍ ଏବଂ କାର୍ସିନୋଜେନିକ୍‌ର କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗେ। ରିସର୍ଚ୍ଚରେ କୁହାଯାଇଥିଲା ଯେ ଏହି ପ୍ରକାର ତେଲ ଖାଇବା ଦ୍ୱାରା କୋଷିକାରେ ଅନେକ ସମସ୍ୟା ଆରମ୍ଭ ହୁଏ। କୋଷିକା ନଷ୍ଟ ହେବାର ବେଗ ବଢିଯାଇଥାଏ ଓ ତାହା କ୍ରୋମୋଜୋମକୁ କ୍ଷତି ପହଞ୍ଚାଇବା ଆରମ୍ଭ କରନ୍ତି। ଅଧିକ ଥର ତେଲ ଗରମ କଲେ ସେଥିରୁ ହାଇଡ୍ରୋପେରକ୍ସାଇଡ୍, ଆଲଡିହାଇଡ୍ ଭଳି କେମିକାଲ ବାହାରିଥାଏ। ଏହି କେମିକାଲ ତିଆରି କରାଯାଇଥିବା ଖାଦ୍ୟ ଜରିଆରେ ଶରୀରକୁ ଆସିଥାଏ। ରିସର୍ଚ୍ଚଗେଟ୍‌ର ଏକ ରିପୋର୍ଟ ଅନୁସାରେ,ତେଲକୁ ବାରମ୍ବାର ଗରମ କି ଖାଉଥିଲେ କ’ଣ ସବୁ ବିପଦ ହୋଇପାରେ।

ଯଦି କୌଣସି ତେଲ ଅଧିକ ଥର ଗରମ ହୁଏ କିମ୍ବା ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ଆଞ୍ଚରେ ଗରମ କରାଯାଏ, ତେବେ ସେହି ତେଲ ଆପଣଙ୍କ ଶରୀରରେ ଗୁରୁତର କ୍ଷତି କରିଥାଏ। ଏହା ବ୍ୟତୀତ, ଏହି ତେଲ ଏତେ ବିପଜ୍ଜନକ ହୋଇଯାଏ ଯେ ଏହାକୁ ଶୁଘିଂବା ଦ୍ୱାରା ସାଂଘାତିକ ରୋଗ ମଧ୍ୟ ହୋଇପାରେ। କୁକିଂ ଅଏଲର ଧୂଆଁରେ ୨୦୦ରୁ ଅଧିକ ପ୍ରକାରର ଗ୍ୟାସ୍ ଅଛି, ଯାହା ଶରୀରକୁ କ୍ଷତି ପହଞ୍ଚାଏ। ଅଧିକ ଆଞ୍ଚରେ ତେଲରେ କିଛି ଛଣାଗଲେ, ସେଥିରୁ ଧୂଆଁ ବାହାରିଥାଏ। ଏହି ଧୂଆଁ ଫ୍ୟାଟି ଏସିଡ୍ ଧାରଣ କରିଥାଏ, ଯେଉଁ କାରଣରୁ ନିମୋନିଆ, ରାଇନାଇଟିସ୍‌, ଫୁସଫୁସ କର୍କଟ, ଯକ୍ଷ୍ମା, ଆଜମା ଭଳି ଗୁରୁତର ଫୁସଫୁସ ରୋଗ ହୋଇପାରେ।

Comments are closed.