ଇରାନ ଆନ୍ଦୋଳନ ପଛରେ କାହାର ହାତ,ଗିରଫ ହେଲେ ବିଦେଶୀ

ତେହେରାନ : ଇରାନରେ ଚାଲିଥିବା ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଅଛି ବୋଲି ପୂର୍ବରୁ ଇରାନ ସରକାର ଅଭିଯୋଗ କରିଆସୁଥିଲେ । ଏବେ ଇରାନ ସରକାର ଏହି ମାମଲାରେ ୧୪ ଜଣ ବିଦେଶୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକୀୟ, ଅଷ୍ଟ୍ରିଆ, ବ୍ରିଟିଶ, ରୁଷୀୟ, ଆଫଗାନିସ୍ତାନ ଓ ଫ୍ରାନ୍ସର ନାଗରିକ ଅଛନ୍ତି ବୋଲି ଇରାନର ଫାର୍ସ ନ୍ୟୁଜ ଏଜେନ୍ସି କହିଛି ।

ଚଳିତ ମାସ ଆରମ୍ଭରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମିନେଇ କହିଥିଲେ ଯେ ଇରାନରେ ଚାଲିଥିବା ଆନ୍ଦୋଳନ ପଛରେ ଆମେରିକା ଓ ଇସ୍ରାଏଲ ଅଛନ୍ତି । ସେ କହିଛନ୍ତି ଯେ ଏହି ଦେଶମାନେ ଇରାନର ବିକାଶ ଚାହାନ୍ତି ନାହିଁ । ଏଥିପାଇଁ ଏପରି ଆନ୍ଦୋଳନ କରାଉଛନ୍ତି ଓ ଏଥିରେ ସେମାନଙ୍କୁ ବିଦେଶରେ ରହୁଥିବା କିଛି ଦେଶଦ୍ରୋହୀ ଇରାନୀୟ ସହାୟତା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା ।

Comments are closed.