ଚୀନକୁ ଏମିତି କିଛି କହି ସମାଲୋଚନା କଲେ ଜାତିସଂଘ ମୁଖ୍ୟ
ଅହମଦାବାଦ : ଜାତିସଂଘ ମୁଖ୍ୟ ପାକିସ୍ତାନୀ ଏଲ୍ଇଟି ଆତଙ୍କବାଦୀ ସାହିଦ ମହମ୍ମଦ ଏବଂ ଏଲ୍ଇଟି ମୁଖ୍ୟ ହାଫିଜ ସୟିଦର ପୁଅ ହାଫିଜ ତଲା ସୟିଦକୁ ଜାତିସଂଘରେ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାପାଇଁ ଭାରତ ଏବଂ ଆମେରିକାର ପ୍ରସ୍ତାବକୁ ଚୀନ୍ ବାରମ୍ବାର ଅଟକାଉଥିବାରୁ ଗୁଟେରସ ଏହି ପ୍ରସଙ୍ଗରେ ଚୀନ୍କୁ କଡ଼ା ସମାଲୋଚନା କରିଛନ୍ତି।
ଗୁଜରାଟର କେବାଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିସନ୍ ଲାଇଫ୍ ବୈଶ୍ବିକ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ଅବସରରେ ଗୁଟେରସ କହିଛନ୍ତି ଯେ ଚୀନ୍ର ଏଭଳି ପଦକ୍ଷେପ ଜଟିଳ ସ୍ଥିତି ସୃଷ୍ଟି କରୁଛି ଏବଂ ଏହା ଦ୍ବାରା ଆତଙ୍କବାଦ ରୋକିବାକୁ ଚାଲିଥିବା ପ୍ରୟାସରେ ବାଧା ଉପୁଜୁଛି। ଗୁଟେରସ କହିଛନ୍ତି, ଆତଙ୍କବାଦ ବିରୋଧରେ ମିଳିତ ଭାବେ କାମ କରିବା ଦିଗରେ ଏଭଳି ବାଧା ସୃଷ୍ଟି କରିବା କଦାପି ଗ୍ରହଣୀୟ ନୁହେଁ। ଚୀନ୍ ୨ ଦିନରେ ୨ ଥର ଭାରତ ଏବଂ ଆମେରିକାର ପ୍ରସ୍ତାବକୁ ଜାତିସଂଘରେ ଅଟକାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ମୁଖ୍ୟଙ୍କ ସହ ଗୁଜରାଟର ନର୍ମଦା ଜିଲ୍ଲାରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଗୁଟେରସଙ୍କୁ ଭେଟିଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
Comments are closed.