କାଚ ଗ୍ଲାସରେ ପାଣି ପିଇଲେ କଣ ମିଳେ ଫାଇଦା

ସାଧାରଣତଃ ଯେତେବେଳେ ଆପଣ ପ୍ଲାଷ୍ଟିକ୍ ବୋତଲ କିମ୍ବା ଷ୍ଟିଲ ଗ୍ଲାସରେ ପାଣି ପିଅନ୍ତି ଏହାର ସ୍ୱାଦ ସାଧାରଣ ପାଣି ଠାରୁ ଟିକିଏ ଅଲଗା ଲାଗିଥାଏ। କିଛି ବାସ୍ନା ମଧ୍ୟ ଆସେ। ଏହାର କାରଣ ହେଉଛି ପ୍ଲାଷ୍ଟିକରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ। ଯାହା ପାଣି ମାଧ୍ୟମରେ ଶରୀରକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରେ। କିନ୍ତୁ କାଚ ଗ୍ଲାସ କିମ୍ବା ବୋତଲରେ କୌଣସି ପ୍ରକାରର ରାସାୟନିକ ପଦାର୍ଥର ବିପଦ ନଥାଏ। ଆହୁରି ମଧ୍ୟ କୌଣସି ପ୍ରକାରର ଗନ୍ଧ କିମ୍ବା ସ୍ୱାଦରେ ପରିବର୍ତ୍ତନ ହୋଇନଥାଏ।

ଯେତେବେଳେ କାଚ ଗ୍ଲାସ୍, ବୋତଲରେ ପାଣି ରଖାଯାଏ, ତାହା ଦିନସାରା ସତେଜ ରହିଥାଏ। ଆହୁରି ମଧ୍ୟ ଏଥିରେ ପାଣି ସଫା ଅଛି କି ନାହିଁ ଜାଣିବା ସହଜ ହୋଇଥାଏ। କାଚ ଗ୍ଲାସଟି ପରିଷ୍କାର ହୋଇଥିବାରୁ ପାଣିରେ ଥିବା ମଇଳା ମଧ୍ୟ ଶୀଘ୍ର ଜଣାପଡ଼ିଯାଏ।

ଅନେକଥର ଷ୍ଟିଲ୍ ଗ୍ଲାସ କିମ୍ବା ପ୍ଲାଷ୍ଟିକ୍ ଗ୍ଲାସରେ ପାଣି ପିଇଲେ ଆଁଇଷ ଗନ୍ଧ ଆସେ। କିନ୍ତୁ କାଚ ଗ୍ଲାସରେ ପାଣି ପିଇଲେ ଏପରି କିଛି ଅନୁଭବ ହୁଏ ନାହିଁ। କାଚ ଗ୍ଲାସ ସଫା କରିବା ବହୁତ ସହଜ।

ଯଦି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ବୋତଲରେ ପାଣି ରଖାଯାଏ ତେବେ ଏହା ସ୍ୱାଭାବିକ ତାପମାତ୍ରାରେ ରହେନି। ଏହାର ତାପମାତ୍ରା ସବୁବେଳେ ବଢ଼ିଯାଏ ଓ ଜଳର ସ୍ୱାଦ ମଧ୍ୟ ଭଲ ଲାଗେ ନାହିଁ। କିନ୍ତୁ କାଚ ଗ୍ଲାସ୍ କିମ୍ବା ବୋତଲରେ ପାଣି ରଖିଲେ ଏହା ହୁଏ ନାହିଁ। କାରଣ କାଚ ଗ୍ଲାସ୍ କିମ୍ବା ବୋତଲ ଜଳର ତାପମାତ୍ରାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା କିମ୍ବା ଗରମ ରଖିବାରେ ସହାୟକ ହୋଇଥାଏ। କେବଳ ପାଣି ନୁହେଁ, ଯେକୌଣସି ପାନୀୟ ରଖିବା ପାଇଁ ଆପଣ କାଚ ଗ୍ଲାସ୍ କିମ୍ବା ବୋତଲ ବ୍ୟବହାର କରିପାରିବେ।

Comments are closed.