ଆପଣ ଦେଖୁଛନ୍ତି କି ସ୍ବପ୍ନ, କଣ ମିଳେ ସଂକେତ

ଗଭୀର ନିଦରେ ଶୋଇଥିବା ସମୟରେ ଅଧିକାଂଶ ସ୍ୱପ୍ନ ଦେଖିଥାଆନ୍ତି। ବିଭିନ୍ନ ଜିନିଷ ଦେଖିଥାଆନ୍ତି। ସ୍ୱପ୍ନ ଶାସ୍ତ୍ରରେ ଦେଖୁଥିବା ସ୍ୱପ୍ନର କିଛି ଅର୍ଥ ରହିଛି। ତେବେ ସ୍ୱପ୍ନରେ ପାଣି ସହ ଜଡିତ କୌଣସି ସ୍ଥାନ ଦେଖୁଥିଲେ ଏହାର ଅର୍ଥ କ’ଣ ? ଏହା ଶୁଭ କି ଅଶୁଭ ଜାଣନ୍ତୁ..
ସ୍ୱପ୍ନରେ ସମୁଦ୍ର ଦେଖିଲେ ଏହାର ଅର୍ଥ ସତର୍କତାର ସହ କାର୍ଯ୍ୟ କରନ୍ତୁ। ଏହା ଦେଖିବା ଭବିଷ୍ୟତରେ କୌଣସି ଘଟଣା ଘଟିବାର ସଙ୍କେତ ଦେଇଥାଏ। ଯାହା ଆପଣ ଜୀବନରେ ସମସ୍ୟା ଆଣି ପାରେ। ଏହାସହ ଧନହାନୀ ହେବାର ମଧ୍ୟ ସମ୍ଭାବନା ଥାଏ। ସ୍ୱପ୍ନରେ ଯଦି ନିଜେ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଦେଖନ୍ତି, ଏହାର ଅର୍ଥ ଏପରି କୌଣସି ଭୁଲ ହୋଇଛି, ଯାହାକୁ ଠିକ୍‌‌ କରିବା ଆବଶ୍ୟକ।
ସ୍ୱପ୍ନରେ ନଦୀ ଦେଖିଲେ ଏହାର ଅର୍ଥ ଖୁବ ଗଭୀର। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଏଭଳି ସ୍ୱପ୍ନ ଖୁବ୍‌‌ ଶୁଭ। ସ୍ୱପ୍ନରେ ନଦୀ ଦେଖିବା ଅର୍ଥ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ନଦୀ ନିକଟରେ ନିଜକୁ ଠିଆ ହୋଇଥିବା ଦେଖିଲେ ଏହା ମଧ୍ୟ ଶୁଭ। ଦୂରରୁ ଠିଆ ହୋଇ ନଦୀ ଦେଖୁଥିଲେ ଏହା ମଧ୍ୟ ଶୁଭଫଳ ପ୍ରଦାନ କରିଥାଏ। ଏହାର ଅର୍ଥ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବା ସହ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ।
ସ୍ୱପ୍ନରେ ପୋଖରୀ ଦେଖିବା ମଧ୍ୟ ଶୁଭ ବୋଲି କୁହାଯାଏ। ପୋଖରୀର ପାଣି ସଫା ଥିଲେ ଏହାକୁ ଶୁଭ କୁହାଯାଏ। ମାତ୍ର ଅପରିଷ୍କାର ଥିଲେ ଏହା ଶୁଭଙ୍କର ନୁହେଁ।

Comments are closed.