ବଜେଟ୍ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନ କରିଥିବା ବଜେଟକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଏହି ବଜେଟକୁ ‘ମିତ୍ର କାଳ’(ବନ୍ଧୁତ୍ୱପୂର୍ଣ୍ଣ ବଜେଟ)ର ବଜେଟ ବୋଲି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ବନ୍ଧୁତ୍ୱପୂର୍ଣ୍ଣ ବଜେଟ – ଚାକିରି ସୃଷ୍ଟି କରିବାର କୌଣସି ଲକ୍ଷ୍ୟ ନାହିଁ, ମୁଦ୍ରାସ୍ଫୀତିର ମୁକାବିଲା ପାଇଁ କୌଣସି ଯୋଜନା ନାହିଁ, ଅସମାନତାକୁ ଦୂର କରିବା ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ।
ସେ ଆହୁରି କହିଛନ୍ତି, ୧ ପ୍ରତିଶତ ଧନୀ ୪୦ ପ୍ରତିଶତ ସମ୍ପତ୍ତିର ମାଲିକ, ୫୦ ପ୍ରତିଶତ ଗରିବ ଲୋକ ୬୪ ପ୍ରତିଶତ ଜିଏସ୍ଟି ଦେବେ, ୪୨ ପ୍ରତିଶତ ଯୁବକ ବେରୋଜଗାରୀ ଅଛନ୍ତି। ତଥାପି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉନାହାଁନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଜେଟ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
Comments are closed.