ସକାଳେ ଏହି ସବୁ ଦେଖିବା ଦେଖିବା ଶୁଭ, ଜାଣନ୍ତୁ କଣ କଣ

ମାନ୍ୟତା ଅନୁଯାୟୀ,ଦିନର ଆରମ୍ଭ ଭଲ ହେଲେ ସାରା ଦିନ ବେଶ ହସଖୁସିର ସହ ବିତିଥାଏ। ସକାଳେ ମନ ଓ ମସ୍ତିଷ୍କ ଭଲ ନ ରହିଲେ ସାରା ଦିନ ଚିଡଚିଡା ଅନୁଭବ ହେବା ସହ କାମ କରିବାକୁ ଆଗ୍ରହ ହୋଇନଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସକାଳେ ଉଠିବା ପରେ କିମ୍ବା ଘରୁ ବାହାରକୁ ଯିବା ସମୟରେ ଏଭଳି କେତେକ ଦୃଶ୍ୟ ରହିଛି ଯାହା ଦେଖିବା ଦ୍ୱାରା ଶୁଭ ସଙ୍କେତ ଦେଇଥାଏ। ଭାଗ୍ୟରେ ସୁପରିବର୍ତ୍ତନ ଆସିବା ସହ ସଫଳତା ମିଳିଥାଏ। ଏହାସହ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ..
ଶାସ୍ତ୍ର ଅନୁଯାୟୀ, ପ୍ରଥମେ ସକାଳେ ଉଠିବା ପରେ ନିଜ ହସ୍ତ ପାପୁଲିକୁ ଦର୍ଶନ କରି ଭଗବାନଙ୍କୁ ସ୍ମରଣ କରି ପ୍ରାର୍ଥନା କରନ୍ତୁ। ହସ୍ତରେ ମା’ଲକ୍ଷ୍ମୀ, ସରସ୍ୱତୀ ଓ ଭଗବାନ ବିଷ୍ଣୁଙ୍କ ବାସ ରହିଥାଏ। ଏହାଦ୍ୱାରା ସୁଖସମୃଦ୍ଧି ଓ ହସଖୁସି ଜୀବନରେ ଭରିଯାଏ।

କୌଣସି ସଧବା ମହିଳା ସଜେଇ ହୋଇ ପୂଜା କରୁଥିବା ଦେଖିବା ଶୁଭଙ୍କର। ଏହାକୁ ଅତ୍ୟନ୍ତ ଶୁଭ ସଙ୍କେତ କୁହାଯାଏ। ଏପରି ଦେଖିବା ଦ୍ୱାରା ଅଟକି ରହିଥିବା କାମରେ ଶୀଘ୍ର ସଫଳତା ମିଳିଥାଏ।

ସକାଳ ସମୟରେ ଧଳା ଫୁଲ, ଶଙ୍ଖଧ୍ୱନି,ଶ୍ରୀଫଳ ଆଦି ଦେଖିବା ମଧ୍ୟ ଶୁଭଙ୍କର। ମା’ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ବିଶେଷ କୃପା ମିଳିଥାଏ।

ସକାଳ ସମୟରେ କୌଣସି ମହିଳା କିମ୍ବା ସଫେଇ କର୍ମଚାରୀଙ୍କୁ ଝାଡୁ କରିବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ କାମରେ ଆପଣଙ୍କୁ ସଫଳତା ମିଳିବା ସହ ସଫଳତା ମିଳିବ।

କ୍ଷୀର, ଦହି ଭଳି ଜିନିଷ ସକାଳେ ଦେଖିବା ଦ୍ୱାରା ଅତ୍ୟନ୍ତ ଶୁଭ ସହ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ।

ଘରୁ ବାହାରକୁ ଯିବା ସମୟରେ ଗାଈ,ବାଛୁରୀଙ୍କୁ ଦେଖିବା ମଧ୍ୟ ଶୁଭଙ୍କର ଏହାଦ୍ୱାରା ଅଟକି ଥିବା ଧନ ମିଳିଥାଏ।

ସକାଳେ ଉଠିବା ପରେ ମନ୍ଦିରରେ କିମ୍ବା ଘରେ ଘଣ୍ଟି ଶବ୍ଦ ଶୁଣାଗଲେ, ଏହାର ଅର୍ଥ ଖୁବ ଶୀଘ୍ର ଆପଣଙ୍କୁ ଶୁଭ ଖବର ମିଳିବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭ ମିଳିବ।

Comments are closed.