ଆପଣ ଜିମ ଯାଉଛନ୍ତି କି ? ହୋଇଯାଆନ୍ତି ସାବଧାନ

ଆଜିର ଦିନରେ ପ୍ରତିଟି ବ୍ୟକ୍ତି ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ସିରିୟସ ହୋଇପଡ଼ିଛନ୍ତି । ଫିଟ୍ ରହିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । କିଛି ଭାବନ୍ତି ଫିଟ୍ ଅଛି ମାନେ ସୁସ୍ଥ ଅଛି । କିନ୍ତୁ ବାସ୍ତବରେ ଫିଟ୍ ରହିବା ଓ ସୁସ୍ଥ ରହିବା ଅଲଗା କଥା । ଯଦି ଜଣେ ଫିଟ୍ ଅଛି, ସେ ସୁସ୍ଥ ଥିବ ବୋଲି କୌଣସି ଗ୍ୟାରେଂଟି ନାହିଁ । କିଛି ଲୋକେ ଫିଟ୍ ରହିବା ଚକ୍କରରେ ନିଜକୁ ରୋଗାକ୍ରାନ୍ତ କରିନିଅନ୍ତି ।

ଅତ୍ୟଧିକ ଏକ୍ସରସାଇଜ୍ ବା ଆବଶ୍ୟକ ଠାରୁ ଅଧିକ ପତଳା ଦେଖାଯିବା ପାଇଁ ନିଜ ଶରୀରରୁ ଅଧିକ ଖରାପ କରିଦିଅନ୍ତି । ଯୁବବର୍ଗ ନିଜକୁ ଫିଟ୍ ଓ ତ୍ସୁନ୍ଦର ରଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମରେ ବିତାଉଛନ୍ତି । କ’ଣ ନିଜ ଶରୀରକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ଜିମ । ନିକଟରେ ଅନେକ ସେଲିବ୍ରିଟି ଜିମରେ ଅତ୍ୟଧିକ ୱାର୍କଆଉଟ୍ କାରଣରୁ ହୃଦଘାତର ଶିକାର ହୋଇଛନ୍ତି ଏବଂ ନିଜର ପ୍ରାଣ ହରାଇଛନ୍ତି । ତେଣୁ ଜିମ୍ ବା କୌଣସି ଏକ୍ସରସାଇଜ୍ କରିବା ପୂର୍ବରୁ ଏହାର ବାସ୍ତବରେ ଉପଯୋଗ କରାଯିବ, ସେ ବିଷୟରେ ଜାଣିବା ଦରକାର ।
ଜିମ୍ ଯାଉଥିଲେ ସାବଧାନ !
– ଫିଟନେସ୍ ପାଇଁ ଜିମରେ ଭାରୀ ମେସିନ୍ ସହ ଏକ୍ସରସାଇଜ୍ କରନ୍ତୁ ନାହିଁ
– ଯଦି ଜିମ୍ ଯାଉଛନ୍ତି, ତେବେ ଆବଶ୍ୟକ ଠାରୁ ଅଧିକ ୱାର୍କଆଉଟ୍ କରନ୍ତୁ ନାହିଁ
– ସୁସ୍ଥ ରହିବା ପାଇଁ ଶର୍ଟକଟ୍ ଆପଣାନ୍ତୁ ନାହିଁ
– ୨୫ ବର୍ଷ ପରେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର
– ଖାଦ୍ୟ-ପାନୀୟ ଉପରେ ପୂରା ଧ୍ୟାନ ଦେବା ଦରକାର
– ଟ୍ରେନରଙ୍କ ପରାମର୍ଶକ୍ରମେ ଏକ୍ସରସାଇଜ୍ କରନ୍ତୁ
– ୱାର୍କଆଉଟ୍ ହିସାବରେ ନିଜର ଡାଏଟ ପ୍ଲାନ୍ କରନ୍ତୁ
– ୱାର୍କଆଉଟ୍ ପୂର୍ବରୁ ୱାର୍ମଅପ୍ ନିହାତି ଜରୁରୀ
– ୱାର୍କଆଉଟ୍ ପରେ ଷ୍ଟ୍ରେଚିଂ କରନ୍ତୁ
– ଆବଶ୍ୟକ ଠାରୁ ଅଧିକ ଏକ୍ସରସାଇଜ୍ କଲେ ହାର୍ଟ ଉପରେ ପଡ଼ିପାରେ ପ୍ରଭାବ
– ଏହାଦ୍ୱାରା ହୃଦଘାତର ଶିକାର ହେବାର ସମ୍ଭାବନା ଅଧିକ ଥାଏ
– ବିନା ଜିମ୍ ଯାଇକି ବି ଫିଟ୍ ରହିପାରିବେ
– ଘରେ ନିୟମିତ ଯୋଗ କରନ୍ତୁ
– ସକାଳର ସୂର୍ଯ୍ୟକିରଣ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରିତା
– ସୂର୍ଯ୍ୟକିରଣ ଦ୍ୱାରା ଭିଟାମିନ୍-ଡି ମିଳିଥାଏ, ଯାହା ହାଡ଼କୁ ମଜଭୁତ୍ କରିଥାଏ
– ସୂର୍ଯ୍ୟକିରଣ ଦ୍ୱାରା ଚର୍ମରୋଗ ଦୂର ହେବା ସହ ଭଲ ନିଦ ଦେଇଥାଏ
– ଫିଟ୍ ରହିବା ପାଇଁ ଚାଲିବା, ସାଇକ୍ଲିଂ କିମ୍ବା ସୁଇମିଂ କରିପାରିବେ

Comments are closed.