ଏମିତି ସେବନ କରନ୍ତୁ ଅଳେଇଚ ମିଳିବ ଅନେକ ଫାଇଦା

ଅଳେଇଚର ଅନେକ ଫାଇଦା ରହିଛି । ଆପଣ ଥଣ୍ଡାହେଲେ ଅଳେଇଚରେ ପ୍ରସ୍ତୁତ ଚା’ ପିଇଥିବେ ଏବଂ ଏହା ସହିତ ହାଲୁଆ ହେଉ କି ଖିରି ଏହାର ସ୍ୱାଦ ବଢାଇବାକୁ ବ୍ୟବହାର କରୁଥିବେ । ଅଳେଇଚ ଖାଇବାରେ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟପ୍ରଦ ମଧ୍ୟ । ଆପଣ ଜାଣନ୍ତି, ରାତିରେ ଶୋଇବା ପୂର୍ବରୁ ଦୈନିକ ମାତ୍ର ୨ଟି ଅଳେଇଚର ସେବନ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବ । ଆସନ୍ତୁ ଜାଣିବା ଏହି ବିଷୟରେ ।

ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ ପାଣିରେ ୨ଟି ଅଳେଇଚକୁ ଚୋବାଇ ଚୋବାଇ ଖାଆନ୍ତୁ । । ଯେଉଁମାନଙ୍କର ବ୍ରଣ ସମସ୍ୟା ହେଉଛି ସେମାନଙ୍କର ସମସ୍ୟା ଏହା ଦ୍ୱାରା ଦୂରେଇଯିବ । ଆଜିକାଲି ଅନେକଙ୍କ ଠାରେ ପେଟ ସମସ୍ୟା ଦେଖାଦେଉଛି । ପେଟ ଠିକ୍ ନରହିବା କାରଣରୁ କେଶ ଝଡିବା ଠାରୁ ଆରମ୍ଭ କରି ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ହେଲେ ଏହି ସବୁ ସମସ୍ୟାରୁ ଉପଶମ ପାଇଁ ସକାଳେ ଖାଲି ପେଟରେ କୋଟିଏ ଅଳେଇଚ ନଖ ଉଷୁମ ପାଣିରେ ଖାଆନ୍ତୁ । କିଛି ଦିନ ଲଗାତାର ଏପରି କରିବା ଦ୍ୱାରା ପେଟ ସମସ୍ୟାରୁ ମୁକ୍ତି ମିଳିବ ।

କେତେକ ଲୋକଙ୍କୁ ଦିନ ସାରା କଠିନ ପରିଶ୍ରମ କଲେ ସୁଦ୍ଧା ରାତିରେ ନିଦ ଭଲ ହୋଇନଥାଏ । ନିଦ ଭଲ ହେବା ପାଇଁ ଲୋକେ ଅନେକ ସମୟରେ ଔଷଧ ସେବନ କରିବାକୁ ବାଧ୍ୟ ହୁଅନ୍ତି । ଶରୀର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିପାରେ । କିନ୍ତୁ ପ୍ରାକୃତିକ ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ନଖ ଉଷୁମ ପାଣି ସହ ଚୋବାଇ ଖାଆନ୍ତୁ । ଏହା ଦ୍ୱାରା ନିଦ ଭଲ ହେବା ସହ ଘୁଙ୍ଗୁଡିରୁ ମୁକ୍ତି ମିଳିବ ।

ସବୁଠୁ ସମସ୍ୟା ଭାବେ ଆଜିିକାଲି ଗ୍ୟାସ୍, ଅମ୍ଳପିତ୍ତ ହେଉ କି କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦେଖାଦେଇଛି । । ହେଲେ ପୂର୍ବ ଉପାୟରେ ଅଳେଇଚକୁ ରାତିରେ ଶୋଇବା ପୂର୍ବରୁ ସେନ କଲେ ମଧ୍ୟ ଏସବୁ ସମସ୍ୟାରୁ କିଛି ଦିନରେ ମୁକ୍ତି ମିଳିପାରିବ । ଏହାସହ ହାକୁଟିରୁ ମଧ୍ୟ ମୁକ୍ତି ମିଳିବ ।

ପାଟିରୁ ଦୁର୍ଗନ୍ଧ ଦୂର କରିବାକୁ ହେଲେ ଅଳେଇଚ ଏକ ମହୌଷଧି । ପ୍ରତିଦିନ ଏଥିରୁ ପ୍ରସ୍ତୁତ କାଢା ପିଇବା ଦ୍ୱାରା ମଧ୍୍ର ମାନସିକ ଚିନ୍ତା ଦୂର ହୋଇଥାଲଏ । ଏଥିରୁ କାଢା ପ୍ରସ୍ତୁତ କରିବାକୁ ପାଣିରେ ଅଳେଇଚ ଗୁଣ୍ଡ ପକାଇ ଫୁଟାନ୍ତୁ । ଏଡାପରେ କାଢାରେ ମହୁ ମିଶାଇ ପିଅନ୍ତୁ । କିଛି ଦିନ ଏପରି କଲେ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିବ ।

Comments are closed.