ମାମତଙ୍କୁ ମିଳିବ ଆଶ୍ୱସ୍ତି, କାହିଁକି ଜାଣନ୍ତୁ

ମୁମ୍ବାଇ: ୨୦୨୨ ଜାତୀୟ ସଙ୍ଗୀତ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ‌ୌଣସି ପ୍ରକାରର ଆଶ୍ବସ୍ତି ଦେବାକୁ ଆଜି ମୁମ୍ବାଇ ହୋଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

୨୦୨୨ରେ ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେସନ୍‌ କୋର୍ଟରେ ମାମଲା ଦାଏର କରାଯାଇଥିଲା।

୨୦୨୩ରେ ସେସନ୍‌ କୋର୍ଟ ଦେଇଥିବା ରାୟକୁ ଚ‌ାଲେଞ୍ଜ୍‌ କରି ମମତା ବାନାର୍ଜୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିଲେ। ଆଜି ଉକ୍ତ ପିଟିସନ୍‌କୁ ବିଚାରପତି ଅମିତ ବୋର୍‌କାର୍‌ଙ୍କ ଜଣିକିଆ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି।

Comments are closed.