ଆପଣ ପଣସ ଖାଇବା ପରେ କରୁଛନ୍ତି କି ଏମିତି ଭୁଲ

ଆମେ ବେଳେ ବେଳେ ଖାଇବା ପରେ ଆଉ କଣ ଖାଇବା ପାଇ ମନ ହୋଇଥାଏ । ଏମିତି କିଛି ଖାଦ୍ୟ ଅଛି ଯାହା ଖାଇବା ପରେ ଅନେକ ଖାଦ୍ୟକୁ ବରଣ କରାଯାଇଛି । ପାଟିର ସ୍ଵାଦ ଅନୁସାରେ ଆମେ ଖାଇଦିଆନ୍ତି ।ଯାହା ଖାଇବା ଦ୍ଵାରା ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୁଏ । ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ। କିଛି ଜିନିଷ ଅଛି ଯାହା ପଣସ ଖାଇବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ, ନଚେତ୍ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ ।

କ୍ଷୀର :

ପଣସ ଖାଇବା ପରେ କିଛି ଲୋକ ତୁରନ୍ତ କ୍ଷୀର ପିଇଥା’ନ୍ତି, କିନ୍ତୁ ଏପରି ଭୁଲ୍ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏପରି କରିବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଆପଣଙ୍କୁ ପିମ୍ପଲ୍ ଏବଂ ଆଲର୍ଜି ପରି ସମସ୍ୟା ହୋଇପାରେ।

ମହୁ :

ପଣସ ଖାଇବା ପରେ ମହୁ ଖାଇବା ଉଚିତ୍ ନୁହେଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଏହା ଆପଣଙ୍କ ସୁଗାରେ ଲେବୁଲକୁ ବଢାଇପାରେ। ମଧୁମେହ ରୋଗୀମାନେ ଏପରି ଭୁଲ୍ ଆଦୌ କରିବା ଉଚିତ୍ ନୁହେଁ, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇପାରେ।

ଅମୃତଭଣ୍ଡା :

ପଣସ ପରେ ଅମୃତଭଣ୍ଡା ଖାଇବା ଉଚିତ ନୁହେଁ। କିଛି ଲୋକ ଭାବନ୍ତି ଏହାକୁ ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଯାଏ। କିନ୍ତୁ ଏହା କରିବା ଦ୍ୱାରା ଆପଣ ଆପଣଙ୍କର ସ୍ୱାସ୍ଥ୍ୟକୁ ଖରାପ କରିବେ। ଯଦି ଆପଣ ଏପରି ଭୁଲ୍ କରନ୍ତି ତେବେ ଆପଣଙ୍କ ଶରୀର ଫୁଲିବା ସମସ୍ୟା ହୋଇପାରେ।

Comments are closed.