ସତ୍ୟପାଙ୍କୁ CBI ର ଡାକରା ,ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ୩୦୦ କୋଟି ଟଙ୍କାର ଲାଞ୍ଚ କାରବାର ମାମଲାରେ ସତ୍ୟପାଲ ମଲ୍ଲିକଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ତାଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଯେ, ସେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ବେଳେ ଦୁଇଟି ଫାଇଲ୍ କାମ କରିଦେବାକୁ ୩ଶହ କୋଟି ଟଙ୍କା ଲାଞ୍ଚ ଆକାରରେ ଯଚାଯାଇଥିଲା ।
ମେଘାଳୟ ଏବଂ ଜାମ୍ମୁ କାଶ୍ମୀର ସମେତ ଆଉ କିଛି ରାଜ୍ୟର ରାଜ୍ୟପାଳ ରହିସାରିଥିବା ସତ୍ୟପାଲ ମଲ୍ଲିକ ଗତ କିଛିଦିନ ହେଲା ଲଗାତାର ଭାବେ ଚର୍ଚ୍ଚାରେ ରହିଆସିଛନ୍ତି । ଚାଷୀ ଆନ୍ଦୋଳନ ବେଳେ ବିବାଦୀୟ ବୟାନ ଦେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ ସେ । ତେବେ କିଛିଦିନ ପୂର୍ବରୁ ସେ ଦେଇଥିବା ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଥିଲା । ସତ୍ୟପାଲ ମଲ୍ଲିକ କହିଥିଲେ ଯେ, ସେ ଯେତେବେଳେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ ତାଙ୍କୁ ୩ଶହ କୋଟି ଟଙ୍କାର ଲାଞ୍ଚ ଯଚାଯାଇଥିଲା । ତେବେ କେଉଁମାନେ ଲାଞ୍ଚ ଦେବାକୁ ଚାହୁଁଥିଲେ ସେ ନେଇ ଖୋଳତାଡ ଆରମ୍ଭ କରିଥିଲା ସିବିଆଇ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସତ୍ୟପାଲ ମଲ୍ଲିକଙ୍କୁ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟକୁ ଡକାଯାଇ ପଚରାଉଚରା କରାଯାଇଛି । ଲାଞ୍ଚ କାରବାର ମାମଲାରେ ତାଙ୍କ ଠାରୁ ଟିକନିକ୍ ତଥ୍ୟ ଆଦାୟ କରିଛି ସିବିଆଇ । ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୧୭ରେ ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲ୍ଲିକ କହିଥିଲେ ଯେ, ‘ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିବାବେଳେ ଦୁଇଟି ଫାଇଲ ମୋ ନିକଟକୁ ଆସିଥିଲା । ଫାଇଲ ନେଇ ଆସିଥିବା ଜଣେ ସଚିବ ମୋତେ କହିଥିଲେ, ଯଦି ଫାଇଲକୁ ମଞ୍ଜୁରୀ ମିଳେ ତେବେ ଦୁଇଟି ଫାଇଲ ପାଇଁ ୩ଶହ କୋଟି ଟଙ୍କା ମିଳିବ । କିନ୍ତୁ ମୁଁ ସେ ପ୍ରସ୍ତାବକୁ ଏଡାଇଯାଇଥିଲି । ଆଉ କହିଥିଲି, ଜାମ୍ମୁ କାଶ୍ମୀର ଆସିବା ବେଳେ ୫ଟି କୁର୍ତ୍ତା ପାଜାମ ନେଇ ଆସିଥିଲି ଆଉ ଗଲା ବେଳେ ବି ତାହାକୁ ନେଇକି ଯିବି’।
Comments are closed.