କେଜ୍ରିୱାଲଙ୍କ ଚିଠିର ଉତ୍ତର କଣ ଦେଲେ ଉପ ଜିଲ୍ଲାପାଳ

ନୂଆଦିଲ୍ଲୀ :କୌଣସି ନା କୌଣସି କଥାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ମଧ୍ୟ ବାକ ଯୁଦ୍ଧ ଲାଗି ରହିଥାଏ । ସେହି ପରି ଏହି କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଚିଠି ଲେଖିଥିଲେ । ଏହାର ଉତ୍ତର ରଖିଛନ୍ତି ଉପ ଜିଲ୍ଲାପାଳ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିକଟରେ ଦିଲ୍ଲୀ ଉପରାଜ୍ୟପାଳ (ଏଲ୍‌ଜି) ଭିକେ ସାକ୍ସେନାଙ୍କୁ କଟାକ୍ଷ କରି ଏକ ଟିପ୍ପଣୀ ଦେଇଥିଲେ। ଦିଲ୍ଲୀ ଏଲ୍‌ଜି ତାଙ୍କୁ ପ୍ରେମପତ୍ର ପଠାଉଥିବା କହି ସେ କଟାକ୍ଷ କରିଥିଲେ। ତେବେ ଏଲ୍‌ଜି ଆଜି ଏହାର ଜବାବ ଦେଇଛନ୍ତି। ଏଲ୍‌ଜି ଭିକେ ସାକ୍ସେନା କହିଛନ୍ତି, କେଜ୍ରିୱାଲ ଏବଂ ତାଙ୍କ ସହକର୍ମୀମାନେ ସାମ୍ବିଧାନିକ କର୍ତ୍ତବ୍ୟରୁ ଦୂରେଇ ରହୁଛନ୍ତି ଏବଂ ସେମାନେ ନମ୍ରତା ଏବଂ ସୌଜନ୍ୟତା ଭୁଲି ଯାଇଛନ୍ତି। ଏଲ୍‌ଜି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି କହିଛନ୍ତି, ତାଙ୍କ ପତ୍ରକୁ ‘କର୍ତ୍ତବ୍ୟ ପତ୍ର’ ଭାବେ ଗ୍ରହଣ କରାଯିବା ଉଚିତ। ସହରର ସାମ୍ବିଧାନିକ ଅଭିଭାବକଙ୍କଠାରୁ ଏକ କର୍ତ୍ତବ୍ୟପତ୍ର ଭାବେ ଏହାକୁ ଗ୍ରହଣ କରିବା ଉଚିତ ବୋଲି ଏଲ୍‌ଜି କହିଛନ୍ତି।

ଉଲ୍ଲେଖଯୋଗ୍ୟ, କେଜ୍ରିୱାଲ ନିକଟରେ କହିଥିଲେ, ତାଙ୍କ ପତ୍ନୀ ତାଙ୍କୁ ଜୀବନ କାଳ ମଧ୍ୟରେ ଯେତିକି ପ୍ରେମପତ୍ର ପଠାଇ ନାହାନ୍ତି ସାକ୍ସେନା ତାଙ୍କୁ ତା’ଠାରୁ ଅଧିକ ପ୍ରେମପତ୍ର ପଠାଇଛନ୍ତି। ଉପରାଜ୍ୟପାଳ ଏକ ୬ ପୃଷ୍ଠାର ଚିଠି ଲେଖି କେଜ୍ରିୱାଲଙ୍କୁ ଏହାର ଜବାବ ଦେଇଛନ୍ତି। କେଜ୍ରିୱାଲ ଏବଂ ତାଙ୍କ ସହକର୍ମୀମାନେ ସାମ୍ବିଧାନିକ କର୍ତ୍ତବ୍ୟରୁ ଦୂରେଇ ରହୁଛନ୍ତି ବୋଲି ଉପରାଜ୍ୟପାଳ କହିଛନ୍ତି।

Comments are closed.