ପକ୍ଷୀମାନଙ୍କୁ ଖାଇବାକୁ ଦେଲେ କଣ ମିଳେ ଲାଭ

ପଶୁ-ପକ୍ଷୀମାନଙ୍କୁ ନିୟମିତ ଭାବେ ଖାଇବାକୁ ଦେଲେ କେବଳ ପୁଣ୍ୟ ପ୍ରାପ୍ତି ହୋଇନଥାଏ ପରନ୍ତୁ କୁଣ୍ଡଳୀର ଗ୍ରହ ମଧ୍ୟ ମଜବୁତ ହୋଇଥାଏ। ଏଭଳି କରିବା ଦ୍ୱାରା ଘରେ ସୁଖ ଶାନ୍ତି ଲାଗି ରହିଥାଏ। ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ଆସନ୍ତୁ ଜାଣିବା ନିୟମିତ ଭାବେ ପଶୁ-ପକ୍ଷୀଙ୍କୁ ଖାଇବାକୁ ଦେଲେ କଣ ହୋଇଥାଏ ଫାଇଦା।

ପଶୁ-ପକ୍ଷୀଙ୍କୁ ଦାନା-ପାଣି ଦେବାର ଫାଇଦା

* ରବିବାର ଗରୁକୁ ଗହମ ରୋଟି ଖାଇବାକୁ ଦେବା ଭଲ। ଏହି ଦିନ ମାଙ୍କଡ଼କୁ ଗୁଡ଼ ଓ ଚଣା ଖାଇବାକୁ ଦେବା ଆବଶ୍ୟକ। ଏଭଳି କରିବା ଦ୍ୱାରା ସୂର୍ଯ୍ୟ ଦେବାତା ପ୍ରସନ୍ନ ହୋଇଥାନ୍ତି।

* ସୋମବାର ମାଛକୁ ଅଟାର ଛୋଟ ଗୁଳି ଖାଇବା ଦେବା ଭଲ। ଧଳା ଗରୁକୁ ଅଟାରେ ତିଆରି ହୋଇଥିବା ଖାଦ୍ୟ ଓ ପାଣି ପିଇବାକୁ ଦେବା ଭଲ। ଏଭଳି କରିବା ଦ୍ୱାରା ଚନ୍ଦ୍ର ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ।

* ମଙ୍ଗଳବାର ମାଙ୍କଡ଼କୁ ଚଣା ଓ ଗୁଡ଼ ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ୱାରା କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ମଜବୁତ ହୋଇଥାଏ।

* ବୁଧବାର ଗରୁକୁ ସବୁଜ ଘାସ ଓ ଦାନା ଖାଇବାକୁ ଦିଅନ୍ତୁ। ଏହି ଦିନ ପକ୍ଷୀକୁ ବାଜରା ଓ ଗହମ ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ୱାରା କୁଣ୍ଡଳୀରେ ବୁଧ ଗ୍ରହ ମଜବୁତ ହୋଇଥାଏ।

* ଗୁରୁବାର ଗରୁକୁ ଅଟା କିମ୍ୱା ଗୁଡ଼ ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।

Comments are closed.