ହୃଦ୍‌ ଜନିତ ରୋଗରୁ ରକ୍ଷା ପାଇବାପାଇଁ ଆପଣାନ୍ତୁ ସେଓ

ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ସେଥିପାଇଁ ଏବେଠାରୁ ଖାଇବା ପିଇବାରେ ଧ୍ୟାନ ଦେବା ଦରକାର । ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି । ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍‌ ଜନିତ ରୋଗର ସମସ୍ୟା ସୃଷ୍ଟି କରେ । ତେବେ ଏଥିରୁ ବଞ୍ଚିବା ପାଇଁ ଆପଣାନ୍ତୁ ସେଓ ।

ଯଦି ପ୍ରତିଦିନର ଖାଦ୍ୟରେ ଗୋଟିଏ ସେଓ ଖାଆନ୍ତି ତେବେ ଏପରି ରୋଗ ହେବାର ଆଶଙ୍କା ବହୁ ପରିମାଣରେ କମିଯିବ । ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରରେ ଇଲେକ୍ଟ୍ରାଲାଇଟ ସନ୍ତୁଳିତ ହୋଇ ରୁହେ  ଓ ଏଥିରେ ଥିବା ଫାଇବର ଏବଂ ଭିଟାମିନ୍ ଶରୀରରେ ପୋଷକ ତତ୍ତ୍ୱକୁ ବଢ଼ାଏ ।

ଯଦି ଶରୀରରେ ହଠାତ୍ ରକ୍ତଚାପ ମାତ୍ରା କମିଯାଏ, ତେବେ ତୁରନ୍ତ ଗୋଟିଏ ସେଓ ଖାଆନ୍ତୁ। ଏପରି କରିବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିବା ସହ ରକ୍ତ ଚାପରେ ସ୍ଥିରତା ଆସେ। ଏହା ଶରୀରରେ ସୋଡିୟମର ମାତ୍ରା ବଢ଼ାଇ ବୃକକ୍‌ରେ ଏହାର ଖରାପ ପ୍ରଭାବ ପକାଇବାକୁ ଦିଏ ନାହିଁ। ମଧୁମେହ ରୋଗୀ ମଧ୍ୟ ପ୍ରତିଦିନ ଗୋଟେ ସେଓ ଖାଇପାରିବେ । ସେଓକୁ ଦିନ ସମୟରେ ଖାଇବା ହିଁ ସ୍ୱାସ୍ଥ୍ୟ ପକ୍ଷେ ଭଲ। ରାତି କିମ୍ବା ଶୋଇବା ସମୟରେ ଖାଇବେ ନାହିଁ।

Comments are closed.