ପର୍ଣ୍ଣ ଭିଡିଓ ଦେଖି ୩ବର୍ଷର ନାବାଳିକାକୁ ରେପ୍

ପର୍ଣ୍ଣ ଭିଡିଓ ହେଲା କାଳ । ଯାହାକୁ ଦେଖି ୧୩ ବର୍ଷର ବାଳକ ନିଜ ପଡୋଶୀ ଘରର ୩ ବର୍ଷିୟା ନାବାଳିକାକୁ ରେପ୍ କରିଛି । ଘଟଣାଟି ଘଟିଛି ମହାରାଷ୍ଟ୍ରର ଥାନେ ଅଞ୍ଚଳରେ । ଖବର ଅନୁସାରେ, ୧୩ ବର୍ଷର ବାଳକଟି ନିଜ ପଡୋଶୀ ଘରେ ରହୁଥିବା ୩ ବର୍ଷର ନାବାଳିକା ସହ ବଳାତ୍କାର କରିଛି । ନାବାଳିକାର ମା ନଥିବା ସମୟରେ ତାର ଦେଖାଶୁଣା କରିବା ପାଇଁ ଝିଅର ଜେଜେମା’ ବାଳକକୁ କହିଥିଲେ । ପରନ୍ତୁ ଝିଅକୁ ଘରକୁ ନେଇ ପର୍ଣ୍ଣ ଭିଡିଓ ଦେଖିବା ପରେ ଛୋଟ ବଡର ବିଚାର ନକରି ଦୁଷ୍କର୍ମ କରିଥିଲା ବାଳକ । ଝିଅର କାନ୍ଦ ଶୁଣି ତାର ମା’ କବାଟ ଖୋଲି ଦେଖିବା ପରେ ସବୁ ଘଟଣା ଜାଣି ପାରି ପୋଲିସକୁ ଖବର ଦେଇଥିଲେ । ଭାରତୀୟ ପିଙ୍ଗୋଳ କୋର୍ଟ ଧାରା ୩୭୬ ଅନୁସାରେ ପୋଲିସ ଅଭିଯୋଗକୁ ଗ୍ରହଣ କରିବା ସହିତ ସତ୍ୱତା ଜାଣିବା ପାଇଁ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରିଛି ।

Comments are closed.