ଧରାପଡିଲା ୩୩ ପ୍ରକାର ସାମଗ୍ରୀ ଚୋରି କରିଥିବା ଚୋର

ସମାଜରେ ଲୁଟେରାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେହିଭଳି ଏକ କୁଖ୍ୟାତ ଲୁଟେରାକୁ ଗିରଫ କରି ଲୁଟ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ । ଲୁଟେରାଟି ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳରେ ବାସ କରୁଥିବା ସଞ୍ଜୟ କୁମାର ନିଶାଙ୍କ ବୋଲି ପୋଲିସ ସୂଚନା ଦେଇଛି । ସଞ୍ଜୟଙ୍କ ପାଖରୁ ସାମଗ୍ରୀ ରୂପେ ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲ୍ୟାପଟପ୍, ୪୩ଟି ମୋବାଇଲ୍, ୨୭ଟି ହାତଘଣ୍ଟା, ୩ଟି ଟାବ୍ଲେଟ୍, ୨ଟି ଏଲ୍ଇଡି ଟିଭି, ୩ଟି ଡିଜିଟାଲ୍ କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କ, କ୍ୟାଲକୁଲେଟର, ଗିଟାର, ମ୍ୟୁଜିକ୍ ସିଷ୍ଟମ୍ ଏବଂ ଗୋଟିଏ ଗ୍ରାଇଣ୍ଡର ସେଟ୍ ଜବତ କରାଯାଇଛି । ଏହା ସହିତ ଲୁଟେରା ସଞ୍ଜୟଙ୍କ ବ୍ୟବହୃତ ବାଇକ୍, ଘର ଭାଙ୍ଗିବା ହତିଆର, ପାସ୍‌ପୋର୍ଟ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ କରିଛି ଚନ୍ଦ୍ରଶେଖରପୁର ପୋଲିସ ।

Comments are closed.