ପଶ୍ଚିମବଙ୍ଗର ନୂଆ ନାମ ହେବ ‘ବାଙ୍ଗଲା’

ଏବେ ପଶ୍ଚିମବଙ୍ଗର ନାମକୁ ବଦଳାଇ ବାଙ୍ଗଲା ରଖାଯିବ । ଯାହାକୁ ନେଇ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ଅନୁମୋଦନ ହୋଇଛି । ଏଥିରେ ପଶ୍ଚିମବଙ୍ଗ ନାମ ପରିବର୍ତ୍ତନ କରାଯାଇ ଇଂରାଜୀରେ ବେଙ୍ଗଲ ଏବଂ ହିନ୍ଦୀରେ ବାଙ୍ଗଲା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଆଗରୁ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରାଯାଇଥିଲା । ଏବେ ଏହି ପ୍ରସ୍ତାବକୁ ଗୃହମନ୍ତ୍ରାଳୟ ମଞ୍ଜୁରି ଦେବା ପରେ ପଶ୍ଚିମବଙ୍ଗକୁ ସବୁଦିନ ପାଇଁ ବାଙ୍ଗଲା ଭାବରେ ନାମକରଣ କରାଯିବ ।

Comments are closed.