ବନ୍ଦ ହେଲା ହୀରାକୁଦ ଡ୍ୟାମର ୫ଟି ଗେଟ୍

ହୀରାକୁଦ ଡ୍ୟାମରୁ ୧୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସେଥିରୁ ୫ଟି ଗେଟକୁ ବନ୍ଦ କରିଦିଆଯାଇଛି ।  ବର୍ତ୍ତମାନ ସୁଦ୍ଧା ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଡ୍ୟାମର ଜଳସ୍ତର ୬୧୧.୯୭ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୩, ୬୩୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ବର୍ଷାର ପରିମାଣ କମିଯାଇଥିବାରୁ ହୀରାକୁଦ ଡ୍ୟାମର ୫ଟି ଗେଟ୍ ବନ୍ଦ କରାଯାଇଛି ବୋଲି ହୀରାକୁଦ ଡ୍ୟାମ କୋଣ୍ଟ୍ରଲ ରୁମ ପକ୍ଷରୁ ଖବର ମିଳିଛି ।

Comments are closed.