ଚାଇନାର ଆମେରିକା ଦୂତବାସ ଆଗରେ ବମ୍ ବ୍ଲାଷ୍ଟ

ଆଜି ଚାଇନାର ରାଜଧାନୀ ବେଜିଂ ନିକଟସ୍ଥ ଆମେରିକା ଦୂତବାସ ଆଗରେ ବୋମା ବ୍ଲାଷ୍ଟ ହୋଇଛି । ଏଥିରେ ବିସ୍ଫୋରଣ କରିଥିବା ଲୋକ ଆହତ ହୋଇଥିବା ବେଳେ ଅନ୍ୟ କେହି ଆହତ ହୋଇନଥିବାର ସୂଚନା ଦେଇଛି ଚାଇନା ପୋଲିସ । ଏହା ସହ ଆମେରିକା ଦୂତବାସର କୌଣସି କ୍ଷୟକ୍ଷତି ହୋଇନାହିଁ । ଦିନ ପ୍ରାୟ ୧ଟାରେ ହୋଇଥିବା ଏହି ଅଘଟଣ ମନଗୋଲିଆ ଅଞ୍ଚଳର ଜିଅଙ୍ଗ ନାମକ ଯୁବକ ଘଟାଇଥିବାର ପୋଲିସ ସୂତ୍ରରୁ ଜାଣିପଡିଛିି । ଏବିଷୟରେ ଅଧିକ ତଥ୍ୟ ପାଇଁ ପୋଲିସ ଖୋଳତାଡ ଆରମ୍ଭ କରିଦେଇଛି ।

Comments are closed.