ଭୁବନେଶ୍ୱର ସେକ୍ସ ରାକେଟର ପର୍ଦାଫାଶ , ୩ ଯୁବତୀ ଉଦ୍ଧାର

ଦିନକୁ ଦିନ ସ୍ମାର୍ଟ ସିଟି ଭୁବନେଶ୍ୱରରେ ସେକ୍ସ ରାକେଟଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏନେଇ ଖାରବେଳ ପୋଲିସ ଏକ ସେକ୍ସ ରାକେଟ ଦଳକୁ ଦମନ କରି ଏଥିରେ ସଂପୃକ୍ତ ଥିବା ୫ ଜଣ ଅପରାଧିଙ୍କୁ ଗିରଫ କରିଛି । ପୋଲିସ ବାହିନୀର ଅତିରିକ୍ତ ଆୟୁକ୍ତଙ୍କ ନିର୍ଦ୍ଧେଶ କ୍ରମେ ଖାରବେଳ ପୋଲିସ, ୟୁନିଟ – ୩ ରେ ଥିବା “ମେ ମିଲନ ହେଅର ସ୍ପା” ଠାରେ ଚଢ଼ାଉ କରି ଅପରାଧିଙ୍କ କବଳରେ ଥିବା ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ବାଇକ୍, ମୋବାଇଲ୍ ଫୋନ୍ ଓ ନଗଦ ୩,୫୦୦ ଟଙ୍କା ଜବତ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସୁନ୍ଦରପଡ଼ାର ରାଜା ବାରିକ ଓରଫ ବିଜୟ ଠାକୁର ଏହି ସେକ୍ସ ରାକେଟ ଚଳାଇଥିଲା।

Comments are closed.