କାରଗିଲ୍ ବିଜୟୀ ଦିବସ ରେ ଭାରତୀୟ ସେନାକୁ ସଲାମ

ଆଜିର ଦିନକୁ ସାରା ଭାରତବାସୀ କାରଗିଲ୍ ବିଜୟୀ ଦିବସ ରୂପେ ପାଳନ କରାଯାଉଛି । କାରଗିଲ ଯୁଧ୍ୟରେ ଶହୀଦ ହୋଇଥିବା ୫୨୭ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ତାଙ୍କ ବିରତ୍ୱକୁ ନେଇ ଗର୍ବ ଅନୂଭବ କରୁଛନ୍ତି ଦେଶବାସୀ । ୧୯୯୯ ମେ ୩ରୁ ପାକିସ୍ତାନ ଓ ଭାରତ ମଧ୍ୟରେ ହୋଇଥିବା ଏହି ଯୁଦ୍ଧ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା । ପ୍ରଥମେ ପାକିସ୍ତାନ ଯୋଜନା ବଦ୍ଧ ଭାବେ ଆକ୍ରମଣ କରିଥିବା ବେଳେ ତାର କଡା ମୁକାବିଲା କରିଥିଲେ ଭାରତୀୟ ସୈନ୍ୟ । ଫଳରେ ଭାରତୀୟ ଯବାନଙ୍କ ଆଗରେ ହାର୍ ମାନିଥିଲା ପାକିସ୍ତାନ । କାରଗିଲ୍ ଯୁଦ୍ଧକୁ ୧୯ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି ।

Comments are closed.