ଆସନ୍ତା ୨୯ରୁ ବର୍ଷିବ: ସତର୍କ କଲା ପାଣିପାଗ ବିଭାଗ

ଆସନ୍ତା ଜୁଲାଇ ମାସ ୨୯ ତାରିଖରୁ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି । ଘୂର୍ଣ୍ଣିବଳୟର ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଜୁଲାଇ ୨୯ ରୁ ଅଗଷ୍ଟ ୨ ତାରିଖ ଯାଏଁ ବର୍ଷା ଲାଗି ରହିବାର ଅନୁମାନ କରାଯାଉଛି । ଏହାଦ୍ୱାରା ଓଡିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ ଓ ଅନୁଗୁଳରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.