ବିଶ୍ୱରେ ଓଡିଶା ହକି ବିଶ୍ୱ କପ 2018 ଖେଳର ପ୍ରଚାର : ଭାରତରେ କେବେ ?

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡିଶା ହକି ବିଶ୍ୱ କପ 2018ର କ୍ୟାମ୍ପେନକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ଏବଂ ସ୍ପୋର୍ଟ୍ସ ଟୁରିଜିମକୁ ପ୍ରୋତ୍ସାହନ ଦେବା ପାଇଁ ଓଡିଶା ସରକାର ଲଣ୍ଡନ ସହରରେ ବିଜ୍ଞାପନ ଦେଇଛନ୍ତି । ସରକାରଙ୍କ ଏହି ପ୍ରୟାସ ଦ୍ୱାରା କେବଳ ଯେ ଦେଶ ନୁହେଁ ପୁରା ବିଶ୍ୱରେ ଓଡ଼ିଶାର ପ୍ରଶଂସା କରାଯାଉଛି । ଓଡିଶା ସରକାରଙ୍କ ଏହି ପୁରୁଷ ହକି ବିଶ୍ୱ କପ 2018ର କ୍ୟାମ୍ପେନର ନାମ “ଓଡିଶା ବାଇ ମର୍ଣ୍ଣିଙ୍ଗ, ହକି ବାଇ ଇଭନିଙ୍ଗ” ଦିଆଯାଇଛି । ଏହାର ଅର୍ଥ ଆନ୍ତର୍ଜାତିକ ହକି ଖେଳାଳି ମାନଙ୍କୁ ଦିନରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳର ପରିଦର୍ଶନ କରାଯିବ ଏବଂ ସଂନ୍ଧ୍ୟାରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମର ଆୟୋଜିତ ହକି ଖେଳ ପରିସରରେ ସେମାନେ ନିଜର ଖେଳ ପ୍ରଦର୍ଶନ କରି ଦର୍ଶକ ମାନଙ୍କର ମନ ଜିଣିବେ । ଆସନ୍ତା ୨୮ ନଭେମ୍ବରରୁ ଓଡିଶା ପୁରୁଷ ହକି ବିଶ୍ୱ କପ 2018 ଆରମ୍ଭ ହୋଇ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ।

Comments are closed.