ବଲାଙ୍ଗୀର କଚେରି ଛକ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗୀର, ସୁଜାତା ମିଶ୍ର : ବଲାଙ୍ଗୀର ସହର କଚେରି ଛକ ଠାରେ ଡଃ ଭିମରାଓ ଆମ୍ବେଦକରଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ବିଜେପି, କଂଗ୍ରେସ ଏବଂ ଭିମ ଆର୍ମି ତରଫରୁ ସ୍ଥାନୀୟ ଟାଉନ୍ ଥାନା ନିକଟରେ ଥିବା ଆମ୍ବେଦକରଙ୍କ ମୁର୍ତ୍ତି ଉପରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟପଟେ ଭିମ ଆର୍ମି ତରଫରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ମାକ୍ସ ପିନ୍ଧିବା ସହ ଏକ ବାଇକ୍ ଶୋଭାଯାତ୍ରା କରି ଟାଉନ୍ ପରିକ୍ରମା କରିଥିଲେ ଏବଂ ପରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ତାଙ୍କର ଜିବନି ଉପରେ ଆଲୋକପାତ କରିଥିଲେ ।

Comments are closed.