କ୍ୱାକ ହାତରେ ଚାଲିଗଲା ଜଣଙ୍କ ଜୀବନ, ଥାନାରେ ଅଭିଯୋଗ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ନିରାକାରପୁର ଥାନା ଅଂଚଳରେ ମାତିଲେଣି କ୍ୱାକ । କ୍ୱାକ ମାନେ ଗାଁ ଗହଳିରେ ବୁଲି କରୁଛନ୍ତି ରୋଗୀ ସେବା । ଜଣେ କ୍ୱାକ ରୋଗୀ ସେବା କରୁଥିବା ବେଳେ ରୋଗୀ ର ମୃତ୍ୟୁ ଘଟିଥିବା ଜଣା ପଡିଛି । ଘଟଣାରୁ ଜଣାପଡିଛି ନିରାକାରପୁର ଥାନା ଲେଣ୍ଡୋ ଗ୍ରାମପଂଚାୟତ ଭଗବତୀ ପଡା ହରିଜନ ସାହିର ରଘୁକାଣ୍ଡି ଜଣେ ଦିନ ମଜୁରିଆ । ରଘୁ ବିଲକୁ କାମ କରିବାକୁ ଯାଇଥିଲେ ଦେହ ଭଲ ନଲାଗିବାରୁ ଘରକୁ ପଳାଇ ଆସିଥିଲେ। ଦେହ ଖରାପ ହୋଇଥିବା ଜାଣି ଜଣେ କ୍ୱାକ କଣାସ ଥାନା ତରତୁଆ ଗ୍ରାମର ସତ୍ୟ ବିଶ୍ୱାଳ ଆସି ରଘୁକୁ ଚିକିତ୍ସା କରିଥିଲେ ପ୍ରଥମେ ତାଙ୍କୁ ସାଲାଇନ ଓ ପରେ କିଛି ମେଡିସିନ ଦେଇଥିଲେ। ମେଡିସିନ ରିଆକ୍ସନ କରିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ କ୍ୱାକ ଜଣଙ୍କ କୈ।ଶଳକ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗ୍ରାମବାସୀମାନେ ୧୦୮ଆମ୍ବୁଲାନ୍ସ ଯୋଗେ କଣାସ ମେଡିକାଲ କୁ ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ସଂମ୍ପର୍କରେ ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିତ୍ତିକରି ନିରାକାରପୁର ପୋଲିସ ସହାୟତା ରେ କଣାସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଉଭୟ ଥାନାର ପୋଲିସ ଅଧିକାରୀ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Comments are closed.