ମଙ୍ଗଳାଯୋଡ଼ି ଗ୍ରାମରେ ମା ଘର ସଂଘଠନ ଅନୁଷ୍ଠିତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ମଙ୍ଗଳାଯୋଡ଼ି ଗ୍ରାମରେ ମା ଘର ଫାଉଣ୍ଡେସନ ସଂଘଠନ ଆରମ୍ଭ ହୋଇ ଯାଇଛି । ଏହି ସଂଘଠନ ୨୦୦୪ ମସିହାରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା | ଆଜି ମଙ୍ଗଳାଯୋଡ଼ି ଗ୍ରାମରେ ପ୍ରଥମ ଥର ପାଇଁ ନାରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ କରାଯାଇଛି । ଏଥିରେ ଯୋଗ ଦେଇଥିଲେ ପ୍ରଶାନ୍ତ ଦାସ, ସସ୍ମିତା ଦାସଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ପରବର୍ତ୍ତୀ ଏକ ସଭା କରାଯାଇ ମା ଘର ଆଭିମୁଖ୍ୟ ସଂଘଠନ ହୋଇଛି । ଏଥିରେ ଟାଙ୍ଗୀ ଥାନା ଆଇ ଆଇ ସି , ସମାଜ ସେବୀ ଶ୍ରୀମତୀ କନକ ଲତା ସାହୁ ,ଡାକ୍ତର ଅଞ୍ଜଳି ଦାସ ,କୂରଞ୍ଜନ ପାଡ଼ି ଯୋଗ ଦେଇଥିଲେ । ଟାଙ୍ଗି ବ୍ଳକ ପାଇଁ ମା ଘରର କର୍ମକର୍ତା ଭାବେ ପ୍ରଭାସିନୀ ଦାସ , ସଭାପତି ରୀନା ବେହେରା ସମ୍ପାଦିକା ଦାଇତ୍ଵ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଏ ଅଞ୍ଚଳକୁ ହିଂସା ଓ ନିଶା ମୁକ୍ତ କରିବା ପାଇଁ ସମାଜ ସେବୀ ଆଇନଯିବି ମା ଘର ରାଜ୍ୟ ଅଧ୍ୟକ୍ଷ ଶ୍ରୀମତୀ ଋତୁପର୍ଣ୍ଣ ମହାନ୍ତି ମହିଳା ମାନଙ୍କୁ ଶପଥ ପାଠ କରାଇ ଥିଲେ । ଦିନକୁ ଦିନ ନାରୀ ମାନଙ୍କୁ ଅନେକ ଜାଗାରେ ହଇରାଣ ହରକତ କରାଯାଉଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚି ମା ଘରର କର୍ମକର୍ତା ମାନେ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିଭଳି ଆଜି ମଙ୍ଗଳାଯୋଡ଼ି ଗ୍ରାମରେ ଏକ ନୂତନ ଭାବେ ମା ଘର କରାଯାଇ ସେଠାରେ ହୋମ ଜଜ୍ଞ ସହ ଉଦଘାଟନ ହୋଇଥିଲା । ମା ଘର କାର୍ଯ୍ୟକ୍ରମରେ ଆଜିଠାରୁ ଟାଙ୍ଗିଥାନା ଆଇ.ଆଇ.ସି ସବୁ କ୍ଷେତ୍ରରେ ଯୋଡି ହୋଇ ରହିବେ ବୋଲି ମା ଘରର ସଭ୍ୟମାନେ ସୂଚନା ଦେଇଛନ୍ତି ।

Comments are closed.