ଶାଗୁଆନ ପଟା ସହିତ ଶାଳ ଲଗ୍ ଜବତ କଲା ବନ ବିଭାଗ

ନୂଆଗାଁ (ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅଧିନରେ ଥିବା ନଇ ତଇଲା ଗ୍ରାମ ନିକଟରେ ବନ ବିଭାଗ ଚଢ଼ାଉ କରି ୧୦ଟା ଶାଗୁଆନ ପଟା , ୭ଟି ଶାଳ ସାଇଜ଼ ଏବଂ ଗୋଟିଏ ଶାଳ ଲଗ୍ ଜବତ କରିଛି । କୌଣସି ମତେ ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିନ ୧୨ ଟା ସମୟରେ ଡିଭିଜନ ମୋବାଇଲ୍ ଟିମ୍ ଏବଂ ମହିପୁର ବନାଞ୍ଚଳ କର୍ମଚାରୀ ଚଢ଼ାଉ କରି ଶାଗୁଆନ ପଟା ଓ ଶାଳ ଲଗ୍ ଜବତ କରି ମହିତମା ସେକ୍ସନକୁ ଆଣିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ମହିତମା ଫରେଷ୍ଟର ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ମହିପୁର ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଡିଭିଜନ ମୋବାଇଲ୍ ଟିମ୍ ଫରେଷ୍ଟର ଜ୍ୟୋତିରଂଜନ ମାନସିଂହ, ମହିତମା ଫରେଷ୍ଟର ରାକେଶ କୁମାର ସାହୁ,ଫରେଷ୍ଟ ଗାର୍ଡ ବିନାୟକ ଜେନା,ଶ୍ରୀକାନ୍ତ ନାୟକ,ସୁଧାକର ସାହୁ, ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ଚଢ଼ାଉକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Comments are closed.