ସଡକ ଦୁର୍ଘଟଣାରେ 22 ବର୍ଷୀୟ ଯୁବକଙ୍କ ମୃତ୍ୟୁ

ଭଦ୍ରକ (ନିମାଇଁ ନାୟକ) : ଗତକାଲି ଅପରାହ୍ନ ପ୍ରାୟ 2 ଟା ସମୟରେ ଜାମୁଝାଡ଼ି ବାସୁଦେବପୁର ରାସ୍ତାରେ ଅସ୍ତିଆ ଠାରେ ଏକ ଅଜଣା ଚାରି ଚକିଆ ଗାଡି ଧକାରେ ବିରସ ଗ୍ରାମର ଜଗବନ୍ଧୁ ଜେନାଙ୍କ ଏକମାତ୍ର ପୁଅ ଅଭିମନ୍ୟୁ ଜେନା (22) ମୃତ୍ୟୁ ବରଣ କରିଛନ୍ତି I ସୂଚନା ଅନୁସାରେ ଯୁବକ ଜଣଙ୍କର ଗୋଆରେ ଏକ ଘରୋଇ କମ୍ପାନୀରେ ଚାକିରୀ ହୋଇଥିଲା I ଏହି ଖୁସିରେ ସେ ମାର୍କୋଣା ତାର ମାଉସୀ ଘରକୁ ବୁଲିବାକୁ ଯାଇଥିଲେ I ସେ ମାର୍କୋଣା ରୁ ନିଜ ଘର ବିରସକୁ ଏକ ବାଇକ ଯୋଗେ ଫେରୁଥିଲେ, ଏହି ସମୟରେ ପଛରୁ ଏକ ଅଜଣା ଗାଡି ତାଙ୍କ ଉପରେ ମାଡିଯିବାରୁ ତାଙ୍କର ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା I ବାପା ମାଙ୍କର ଗୋଟିଏ ବୋଲି ପୁଅ ହୋଇଥିବା କାରଣରୁ ବାପା ମା ପୁଅର ମୃତ୍ୟୁ ଖବର ଶୁଣି ଧର୍ଯ୍ୟହରା ହୋଇପଡିଛନ୍ତି I ସେପଟେ ଖବର ପାଇ ନିକଟସ୍ଥ ସିମୁଳିଆ ପୋଲିସ ଆସି ମୃତ ଯୁବକର ସମ୍ପର୍କୀୟ ମାନଙ୍କୁ ବୁଝା ସୁଝା କରି ଶବକୁ ବ୍ୟବଛେଦ ପାଇଁ ବାଲେଶ୍ଵର ପଠାଇବା ସହିତ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚଳାଇନ୍ତି I

Comments are closed.