ବରଯାତ୍ରୀ ଗାଡି ଓଲଟି ୨୦ ରୁ ଉର୍ଦ୍ଧ ଆହାତ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ଚିତ୍ରକୋଣ୍ଡା ବ୍ଲକ ଅନ୍ତରଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ । ଆହତ ମାନଙ୍କୁ ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗ୍ରାମରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅଣ୍ଡିରାପଲ୍ଲୀ ପଞ୍ଚାୟତର ଓରାପଦର ଗ୍ରାମରେ ଲଞ୍ଚ ଯୋଗେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ସିଙ୍ଗୋଇ ଗ୍ରାମରେ ଏକ ପିକ୍ ଭ୍ୟାନ ଅପେକ୍ଷା କରି ରହିଥିଲା । ସେହି ପିକ୍ ଭ୍ୟାନ ରେ ୩୫ ଜଣ ସୀଙ୍ଗୋଇ ଗ୍ରାମକୁ ଯିବା ସମୟରେ ଭ୍ୟାନଟି ଭାରସାମ୍ୟ ହରାଇ ଡଙ୍ଗରପଦର ଘାଟି ରାସ୍ତାରେ ଓଲଟି ପଡିଥିଲା । ପ୍ରଥମେ ଆହତମାନଙ୍କୁ ଯୋଡ଼ାମ୍ବ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ଘରକୁ ପଠାଯାଇ ଅନ୍ୟ ୨୦ ରୁ ଉର୍ଦ୍ଧ ଆହତଙ୍କୁ ଯୋଡାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଓ ବିଏସଏଫ ଯବାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ୱର ଅବସ୍ଥାରେ ଥିବା ୫ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି । ଅନ୍ୟ ଆହତଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଚିକିତ୍ସା କରାଯାଉଛି ।

Comments are closed.